Latest Odisha News

‘ପଠାନ’ ଫିଲ୍ମ ପାଇଁ ଶାହରୁଖ ଖାନ ନେଇ ନ ଥିଲେ ଫି : କଲେ ୨୦୦ କୋଟି ଟଙ୍କା ରୋଜଗାର

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ଘରୋଇ ଟିକେଟ୍ ୱିଣ୍ଡୋରେ ଏହି ଫିଲ୍ମ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏଥି ସହିତ ସର୍ବଭାରତୀୟ ସ୍ତରରେ ଏହି ଫିଲ୍ମ ମୋଟ ୧୦୫୦.୩ କୋଟି ରୋଜଗାର କରିଥିଲା । ବିଶେଷ କଥା ହେଉଛି ଶାହାରୁଖ ଏହି ଫିଲ୍ମ ପାଇଁ ଗୋଟିଏ ପଇସା ବି ନେଇ ନ ଥିଲେ । ତଥାପି ପଠାନ କାରଣରୁ ସେ ବହୁତ ଟଙ୍କା ରୋଜଗାର କରିଛନ୍ତି ।

BjdElectrycity

ଅଭିନେତା ତାଙ୍କ ପାରିଶ୍ରମିକ ଭାବରେ ଫିଲ୍ମ ପାଇଁ ୬୦ ପ୍ରତିଶତ ଲାଭ ନେବା ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ । ୨୭୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମିତ ହୋଇଥିଲା । ନିର୍ମାତାମାନେ ମୋଟ ୩୩୩ କୋଟି ଟଙ୍କା ଲାଭ କରିଥିବାରୁ ଶାହରୁଖଙ୍କୁ ତାଙ୍କ ଅଂଶ ଭାବରେ ପ୍ରାୟ ୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏହି ଚଳଚ୍ଚିତ୍ରଟି ଭାରତରେ ୫୪୫ କୋଟି ଏବଂ ବିଦେଶରେ ୩୯୬.୦୨ କୋଟି ଟଙ୍କା ଆୟ କରିଥିବା ବେଳେ ସେଥିମଧ୍ୟରୁ ୨୪୫ କୋଟି ଟଙ୍କା ଭାରତୀୟ ବିତରକଙ୍କ ନିକଟକୁ ଏବଂ ୧୭୮ ବିଲିୟନ ଟଙ୍କା ବିଦେଶୀ ବିତରକଙ୍କୁ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ‘ପଠାନ’ ଡିଜିଟାଲରେ ବିକ୍ରୟ କରି ୧୫୦ କୋଟି ଟଙ୍କା ରୋଜଗାର କରିଛି ।

Leave A Reply

Your email address will not be published.