Latest Odisha News

BREAKING NEWS

ଦେବଦାସ ଶୁଟିଂ ବେଳେ ରମ ପିଉଥିଲେ ଶାହାରୁଖ

ମୁମ୍ବାଇ: ଦେବଦାସ ଫିଲ୍ମରେ ଶାହାରୁଖ ଖାଁଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥାଏ । ବକ୍ସ ଅଫିସରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରିଥିଲା । ଏହାର କେତେକ ଦୃଶ୍ୟ ଶୁଟିଂ କରିବା ବେଳେ ଶାହାରୁଖ ସତରେ ମଦ ପିଇଥିଲେ । ସାଥୀ କଳାକାର ଟିକୁ ତଲସନିୟା ଏହି ଖୁଲାସା କରିଛନ୍ତି । ଫିଲ୍ମରେ ସେ ଧର୍ମଦାସଙ୍କ ଭୂମିକା ମଧ୍ୟ କରିଥିଲେ । ଦ୍ୱିପ୍ରହରରେ ଶୁଟିଂ ଆରମ୍ଭ ହେବା ପୂର୍ବରୁ ଶାହାରୁଖ ରମ ପିଉଥିବା ସେ ଦେଖିଥିଲେ । ଟିକୁ ତାଙ୍କୁ ପଚାରିଥିଲେ ଆପଣ ଏ କଣ କରୁଛନ୍ତି । ଆମେ ଆଉ ଟିକେ ପରା ଅଭିନୟ କରିବା । ଶାହାରୁଖ ହସି କରି କହିଥିଲେ ଅଭିନୟ ତ ହୋଇଯିବ ମାତ୍ର ମୋ ଆଖିରେ ନଶାର ଝଲକ କିଏ ଆଣିବ । ଟିକୁଙ୍କୁ ଏହି କଥା ପସନ୍ଦ ଆସିଥିଲା ।

ଶାହାରୁଖଙ୍କ ପୂର୍ବରୁ ସଲମାନ ଖାଁଙ୍କୁ ଏହି ଫିଲ୍ମ ଅଫର ହୋଇଥିଲା । ସେ ମନା କରିବା ପରେ ଗୋବିନ୍ଦାଙ୍କୁ ଏଥିପାଇଁ ମନେଇବାକୁ ଚେଷ୍ଟା କରା ଯାଇଥିଲା । ଏପରିକି ସୈଫ ଅଲୀ ଖାଁ ଓ ମନୋଜ ବାଜପେୟୀଙ୍କୁ ମଧ୍ୟ ଫିଲ୍ମ ଅଫର ହୋଇଥିଲା । ସମସ୍ତେ ମନା କରିବା ପରେ ଶାହାରୁଖ ଏହା କରିବା ପାଇଁ ରାଜି ହୋଇଥିଲେ । ୫୦ କୋଟି ବଜେଟର ଏହି ଫିଲ୍ମ ୧୬୮ କୋଟି ଆୟ କରିଥିଲା । ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଏହା ଶାହାରୁଖଙ୍କ ସହ ପ୍ରଥମ ଫିଲ୍ମ ଥିଲା । ଐଶ୍ଚର୍ଯ୍ୟ ରାୟ, ମାଧୂରୀ ଦୀକ୍ଷିତ ଓ ଜ୍ୟାକି ଶ୍ରଫ ମଧ୍ୟ ଏଥିରେ ଅଭିନୟ କରିଥିଲେ ।

Leave A Reply

Your email address will not be published.