ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ସ୍ରଷ୍ଟା ସେକ୍ସପିଅରଙ୍କ ସନେଟ ଗୁଡିକର ହିନ୍ଦୀ ଅନୁବାଦ ସ୍ଥାନୀୟ ଜୟଦେବ ଭବନରେ ଉନ୍ମୋଚିତ ହୋଇଯାଇଛି। ନାବାର୍ଡର ଅବସର ପ୍ରାପ୍ତ ଅଧିକାରୀ ସୁଧୀର କୁମାର ମିଶ୍ର ଏହି ସନେଟ ଗୁଡ଼ିକର ହିନ୍ଦୀ ଅନୁବାଦ କରିଛନ୍ତି। ଏଥି ସହିତ ବିଶ୍ୱର ଅନ୍ୟ ଲୋକପ୍ରିୟ ୨୬ଟି କବିତାର ମଧ୍ୟ ସେ ଅନୁବାଦ କରିଛନ୍ତି।ଏଥିରେ ଓଡ଼ିଆ ସାହିତ୍ୟର ଅଗ୍ରଗଣ୍ୟ ସ୍ରଷ୍ଟା ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ବିଶ୍ୱ ଦେଖ ମଧୁମୟରେ ଜୀବନ ମଧ୍ୟ ରହିଛି।
ଶକ୍ତିସେନା ପବ୍ଲିକେଶନ ତରଫରୁ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍ଵଭାବ କବିଙ୍କ କବିତାର ହିନ୍ଦୀ ଅନୁବାଦ ସହିତ ସେକ୍ସପିଅରଙ୍କ ସନେଟ ଗୁଡ଼ିକର ହିନ୍ଦୀରେ ଅନୁବାଦ କରି ଜଣେ ଓଡ଼ିଆ ଭାବରେ ସେ ସର୍ବଭାରତୀୟ ସ୍ତରରେ ନିଜକୁ ଜାହିର କରିଛନ୍ତି।
ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନେହୁର କହିଥିଲେ ଯେ ସାହିତ୍ୟର କିଛି ସରହଦ ନଥାଏ। ବିଶ୍ୱର ସମସ୍ତ ଜାଗାରେ ହୃଦୟର ଭାଷା ସମାନ ବୋଲି ସେ କହିଥିଲେ। ଏହି ଅବସରରେ ରାମନାରାୟଣ ପଣ୍ଡା , ରାଧାକାନ୍ତ ମିଶ୍ର , ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଅଜୟ କୁମାର ପଟ୍ଟନାୟକ , ରଜତ ରଶ୍ମି ସ୍ୱାଇଁ , କୁଳମଣି ଷଡ଼ଙ୍ଗୀ , କ୍ଷୀରୋଦ ଦାସ , ବିକ୍ରମ ଦାସ, ବସୁଦେବ ସାମଲ , ପ୍ରଭାତୀ ଜେନା , ପ୍ରିୟବ୍ରତ ତ୍ରିପାଠୀ, ଧରିତ୍ରୀ ସାହୁ ଓ ଅଭିଷେକ ଥାଟୋଇ ପ୍ରମୁଖ ଯୋଗ ଦେଇଥିଲେ।
Comments are closed.