Latest Odisha News

BREAKING NEWS

ଅବସର ନିଷ୍ପତିରୁ ଓହରିଲେ ଶକୀବ ଉଲ ହାସନ

ଢ଼ାକା: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶକୀବ ଉଲ ହାସନ ଆନ୍ତର୍ଜାତୀୟ କ୍ରିକେଟରୁ ନେଇଥିବା ଅବସର ନିଷ୍ପତିରୁ ଓହରିଛନ୍ତି । ଏକ ସାକ୍ଷାତକାରରେ ସେ ଏହା ସ୍ପଷ୍ଟ କରିଛନ୍ତି । ମୁଁ ଏବେ ସମସ୍ତ ଫର୍ମାଟରୁ ଅବସର ନେଇ ନାହିଁ । ବାଂଲାଦେଶରେ ଘରୋଇ ସିରିଜ ଖେଳିବା ପରେ ଅବସର ନେବି ବୋଲି ସେ କହିଛନ୍ତି । ମେ ୨୦୨୪ ପରଠାରୁ ଶକୀବ ବାଂଲାଦେଶ ଫେରି ନାହାନ୍ତି । ଶେଖ ହସୀନା ସରକାରର ପତନ ହେବା ପରେ ତାଙ୍କ ସୁରକ୍ଷା ନେଇ ସଂଶୟ ସୃଷ୍ଟି ହୋଇଥିଲା । ସେ ସମୟରେ ଶକୀବ ବାଂଲାଦେଶରେ ନ ଥିଲେ । ଭାରତ ଓ ପାକିସ୍ତାନରେ ସେ ଟେଷ୍ଟ ସିରିଜ ଖେଳୁଥିଲେ ।

ଶକୀବ ଆୱାମ ଲିଗର ସାଂସଦ ଥିଲେ । ତାଙ୍କ ନାମରେ ଏକ ହତ୍ୟା ମାମଲା ମଧ୍ୟ ରହିଛି । ମୋର ଦୃଢ ବିଶ୍ୱାସ ମୁଁ ବାଂଲାଦେଶ ଫେରିବି । ସେଠାରେ ଭଲ ଭାବେ ଅବସର ନେବା ମୋର ସ୍ୱପ୍ନ ବୋଲି ସେ କହିଛନ୍ତି । ଗତ ବର୍ଷ ଭାରତ ଗସ୍ତ ଅବସରରେ ସେ ଅବସର ଘୋଷଣା କରିଥିଲେ । ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ତାଙ୍କୁ ବାଂଲାଦେଶ ଦଳରେ ସାମିଲ କରାଯାଇ ନ ଥିଲା । ଟିମ ଘୋଷଣା ହେବା ପୂର୍ବରୁ ତାଙ୍କ ବୋଲିଂ ଆକ୍ସନ ନେଇ ଅଭିଯୋଗ ଆସିଥିଲା । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନିୟନ୍ତ୍ରଣକୁ ଆସିଲେ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.