Latest Odisha News

ଶକ୍ତିକାନ୍ତ ଦାସ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅର୍ଥାତ୍ ମଙ୍ଗଳବାର ନୂଆ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ନିଯୁକ୍ତ ହୋଇଛନ୍ତି ।

୧୯୮୦ ମସିହା ତାମିଲନାଡୁ କ୍ୟାଡରର ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସ ୨୦୧୬ ମସିହାରେ ଲାଗୁ ହୋଇଥିବା ବିମୁଦ୍ରାକରଣ ସମୟରେ ତାଙ୍କର ଭୂମିକା ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ସେ ୨୦୧୫ ରୁ ୨୦୧୭ ମଧ୍ୟରେ ଅର୍ଥ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଥିସହିତ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବା ନେଇ ଜଣାପଡିଛି ।

ଏଥିସହିତ ୨୦୧୪ ମସିହାରେ ତାଙ୍କୁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା ରାଜସ୍ୱ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ନୂଆଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି ଶକ୍ତିକାନ୍ତ ଦାସ । ଆହୁରି ମଧ୍ୟ ସେ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀରେ ପ୍ରତିନିଧିତ୍ୱ କରିସାରିଛନ୍ତି ।

 

Leave A Reply

Your email address will not be published.