Latest Odisha News

BREAKING NEWS

ବିଜେପିକୁ ଡବଲ୍ ଝଟକା: ୩ ରାଜ୍ୟରେ କଂଗ୍ରେସର ବିଜୟ ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟ ତଥା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିବାର୍ଚନୀ ଫଳାଫଳ ଗଣତି ଜାରି ରହିଛି । ଏହି ନିର୍ବାଚନୀ ବୈତରଣୀରେ କିଏ ବାଜିମାତ୍ କରିବ ଆଉ କିଏ ଚିଟପତାଙ୍ଗ ମାରିବ ସେନେଇ ସାରା ଦେଶରେ  କଳ୍ପନା ଜଳ୍ପନା ଲାଗି ରହିଛି ।

ଏଯାବତ୍ ମିଳିଥିବା ରିପୋର୍ଟ ଅନୁଯାୟୀ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ବାଜିମାତ କରିଥିବାବେଳେ ବିଜେପିକୁ ବଡ ଝଟକା ଲାଗିଛି । ଏହି ସବୁ ରାଜ୍ୟରେ ବିଜେପି କ୍ଷମତାରୁ ହଟିବା ପରିସ୍ଥିତି ଦେଖା ଦେଇଛି। ଏଥିସହିତ ତେଲେଙ୍ଗାନାରେ ଟିଆରଏସ ଏବଂ ମିଜୋରାମରେ ଏମଏନଏଫ ଆଗୁଆ ରହିଛି ।

ଚୂଡାନ୍ତ ଫଳାଫଳ ତଥା ସେମିଫାଇନାଲ କୁହାଯାଉଥିବା ଏହି ନିର୍ବାଚନରେ ବିଜେପି ଠାରୁ କ୍ଷମତା ଛଡାଇବାରେ କଂଗେସ ସଫଳ ହୋଇଥିବାବେଳେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ହାତକୁ ଫୁଲ୍ ଆତ୍ମବିଶ୍ୱାସର ସହ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ କଂଗ୍ରେସକୁ ମୂଳ ପୋଛ କରିବାକୁ ସବୁବେଳେ ନାରା ଦେଉଥିବା ପଦ୍ମକୁ ଏହି ନିର୍ବାଚନୀ ରେ ଜୋରଦାର ଝଟକା ଲାଗିଛି ।

ରାଜସ୍ଥାନରେ ୧୯୯ ଟି ଆସନ ମଧ୍ୟରୁ କଂଗ୍ରେସ ୭୫ ଓ ବିଜେପି ୫୭ଟି ଆସନରେ ଅଗ୍ରଣୀ ଲାଭ କରିପାରିଛି ।

ସେହିପରି ଛତିଶଗଡ଼ରେ ୯୦ଟି ଆସନରୁ କଂଗ୍ରେସ ୬୩ଟି ଆସନରେ ଅଗ୍ରଣୀ ଲାଭ କରିଥିବା ବେଳେ ବିଜେପି ୧୮ଟି ଆସନରେ ଅଗ୍ରଣୀ ଲାଭ କରିପାରିଛି ।

ମଧ୍ୟପ୍ରଦେଶରେ ୨୩୦ଟି ଆସନ ମଧ୍ୟରୁ କଂଗ୍ରେସ ୧୧୬ଟି ଆସନରେ ଅଗ୍ରଣୀ ଲାଭ କରିଥିବା ବେଳେ ବିଜେପି ୧୦୨ଟି ଆସନରେ ଆଗୁଆ ରହିଛି ।

Leave A Reply

Your email address will not be published.