Latest Odisha News

BREAKING NEWS

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି; ଶକ୍ତିକାନ୍ତ ଦାସଙ୍କୁ ଆଉ ତିନି ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଆଉ ୩ ବର୍ଷ ପାଇଁ ରହିବେ ଆର୍‌ବିଆଇର ଗଭର୍ଣ୍ଣର। ମୋଦୀ ସରକାର ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଭାବରେ ଆଉ ତିନି ବର୍ଷ ପାଇଁ ନିଯୁକ୍ତ କରିଛନ୍ତି।

ଏକ ସରକାରୀ ବିବୃତ୍ତି ଅନୁଯାୟୀ , “କ୍ୟାବିନେଟର ନିଯୁକ୍ତି କମିଟି ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଭାବରେ ତିନି ବର୍ଷ ପାଇଁ ଡିସେମ୍ବର ୧୦, ୨୦୨୧ ଠାରୁ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁନ-ନିଯୁକ୍ତିକୁ ଅନୁମୋଦନ କରିଛି। ”

ଗୁରୁବାର ବିଳମ୍ବିତ ରାତିରେ କ୍ୟାବିନେଟର ନିଯୁକ୍ତି କମିଟି ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି। ଶ୍ରୀ ଦାସ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟରେ ଅର୍ଥନୈତିକ ବ୍ୟାପାର ସଚିବ ଥିଲେ ଏବଂ ତିନି ବର୍ଷ ପାଇଁ ୧୧ ଡିସେମ୍ବର ୨୦୧୮ରେ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ।

ଶକ୍ତିକାନ୍ତ ଦାସଙ୍କ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ରହିଛି ଏବଂ ସେ ଅର୍ଥ, ଟିକସ, ଶିଳ୍ପ ଭିତ୍ତିଭୂମି ଇତ୍ୟାଦି କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି।

Comments are closed.