Latest Odisha News

BREAKING NEWS

ନିର୍ଲୋଜ ଆମେରିକା: ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦର ଶ୍ରେୟ ଟ୍ରମ୍ପ କହି ନୋବେଲେ ଦାବି କଲା ହ୍ୱାଇଟ୍ ହାଉସ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଯୁଦ୍ଧବିରତି ଦାବିକୁ ଭାରତ ଖାରଜ କରିଛି। ଏହାପରେ ବି ହ୍ୱାଇଟ ହାଉସ ଦାବି କରିଛି, ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। କାରଣ ସେ ଭାରତ-ପାକିସ୍ତାନ ଯୁଦ୍ଧକୁ କୁଆଡେ ବନ୍ଦ କରିଛନ୍ତି।

ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲିନ ଲିଭିଟ କହିଛନ୍ତି, ଟ୍ରମ୍ପ ଭାରତ-ପାକିସ୍ତାନ ସମେତ ଥାଇଲାଣ୍ଡ-କାମ୍ବୋଡ଼ିଆ, ଇସରାଏଲ-ଇରାନ ଓ ଅନ୍ୟ ବିବାଦ ସମାଧାନ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ପ୍ରତି ମାସରେ ଗୋଟିଏ ଶାନ୍ତି ଚୁକ୍ତି କରିଛନ୍ତି।

ମେ ୧୦ରେ ଟ୍ରମ୍ପ ସୋସିଆଲ ମିଡ଼ିଆରେ କହିଥିଲେ, ଭାରତ-ପାକିସ୍ତାନ ଯୁଦ୍ଧବିରତି ଆମେରିକାର ମଧ୍ୟସ୍ଥତାରେ ହେଲା। ସେ ପାଖାପାଖି ୩୦ ଥର ଦାବି କରିଛନ୍ତି, ସେ ଦୁଇ ଦେଶକୁ ବାଣିଜ୍ୟ ପ୍ରଲୋଭନ ଦେଇ ଯୁଦ୍ଧ ଅଟକାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ କହିଛନ୍ତି, କୌଣସି ନେତା ଅପରେସନ ସିନ୍ଦୂର ଅଟକାଇବାକୁ କହି ନଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଜ୍ୟସଭାରେ ସ୍ପଷ୍ଟ କରିଛନ୍ତି, ପହଲଗାମ ଆକ୍ରମଣ ପରେ ଯୁଦ୍ଧବିରତିରେ ଆମେରିକାର କୌଣସି ଭୂମିକା ନାହିଁ।

ଜୟଶଙ୍କର କହିଛନ୍ତି, ଏପ୍ରିଲ ୨୨ରୁ ଜୁନ ୧୬ ମଧ୍ୟରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ କୌଣସି ଫୋନ ଜରିଆରେ ଆଲୋଚନା ହୋଇନି। ଯୁଦ୍ଧବିରତି ଭାରତ-ପାକିସ୍ତାନ ମଧ୍ୟରେ ସିଧାସଳଖ ଆଲୋଚନାରେ ହୋଇଥିଲା।

ଟ୍ରମ୍ପଙ୍କ ବାରମ୍ବାର ଦାବି ସତ୍ତ୍ୱେ ଭାରତ ସ୍ପଷ୍ଟ କରିଛି, ଯୁଦ୍ଧବିରତି ବାଣିଜ୍ୟ ଚୁକ୍ତି ସହ ଜଡ଼ିତ ନଥିଲା। ଭାରତର ଏହି ଖଣ୍ଡନ ଟ୍ରମ୍ପଙ୍କ ଶାନ୍ତିଦୂତ ଦାବିକୁ ପ୍ରଶ୍ନବାଚୀ କରିଛି।

କୁହାଯାଉଛି ଭାରତ ସହ ବିଭିନ୍ନ ବାଣିଜ୍ୟିକ ଚୁକ୍ତି କରିବାକୁ ଟ୍ରମ୍ପ ଚାପ ପକାଉଥିଲେ। ଯାହା ଦେଶର ଚାଷୀଙ୍କ ଉପରେ ଏକ ବଡ଼ ପ୍ରଭାବ ପକାଇଥାନ୍ତା। ଯେଉଁଥିପାଇଁ ଭାରତ ଉପରେ ରାଗିଛନ୍ତି ଟ୍ରମ୍ପ। ଆଉ ଏହାପରେ ଶତ୍ରୁର ଶତ୍ରୁ ମିତ୍ର ଆଧାରରରେ ଟ୍ରମ୍ପ ପାକିସ୍ତାନ ପ୍ରେମରେ ପଡିଛନ୍ତି। ନିକଟରେ ପାକିସ୍ତାନ ଟ୍ରମ୍ପଙ୍କୁ ନୋବେଲ ଦିଆଯାଉ ପ୍ରସ୍ତାବ ଦେଇଛି। ଯାହାକୁ ଭାରତ କୈଣସି ପ୍ରତିକ୍ରିୟା ନଦେଇ ନିରବ ରହିଛି।

Comments are closed.