Latest Odisha News

BREAKING NEWS

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଖେଳିବେ କି ନାହିଁ ମୁହଁ ଖୋଲିଲେ ସାମୀ

ମୁମ୍ବାଇ: ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ମହମ୍ମଦ ସାମୀ ଖେଳି ନ ପାରନ୍ତି ବୋଲି ଖବରମାନ ପ୍ରକାଶ ପାଇଛି । ଏ ସମ୍ପର୍କରେ ସାମୀ ଆଜି ମୁହଁ ଖୋଲିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯାହା କିଛି ପ୍ରସାରିତ ହେଉଛି ତାହା ସତ୍ୟ ନୁହେଁ । ବିସିସିଆଇ କିମ୍ବା ମୋ ପକ୍ଷରୁ ଏହି ସିରିଜ ଖେଳିବି କି ନାହିଁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଦୟାପୂର୍ବକ ମିଥ୍ୟା ଖବର ପ୍ରସାରଣ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଦିନିକିଆ ବିଶ୍ୱକପ ୨୦୨୩ ପରେ ସାମୀ ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଅସ୍ତ୍ରୋପଚାର କରାଇଥିଲେ । ଏବେ ସେ ସୁସ୍ଥ ହୋଇ ଜାତୀୟ ଦଳକୁ ଫେରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।

ସୂଚନାଯୋଗ୍ୟ, ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଥିଲା ଅପରେଶନ ପରେ ବି ସେ ଯନ୍ତ୍ରଣା ଅନୂଭବ କରୁଛନ୍ତି । ବିସିସିଆଇର ମେଡିକାଲ ଟିମ ତାଙ୍କ ଆଘାତ ସମସ୍ୟାକୁ ଆକଳନ କରୁଛନ୍ତି । ସେ ସମ୍ପୂର୍ଣ୍ଣ ଫିଟ ହେବାକୁ ଅଧିକ ସମୟ ଲାଗିପାରେ ଫଳରେ ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଖେଳି ନ ପାରନ୍ତି । ସାମୀ ଏବେ ପ୍ରଫେଶନାଲ କ୍ରିକେଟକୁ ଫେରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ୧୦୦ ପ୍ରତିଶତ ଫିଟ ନ ହେବା ଯାଏଁ ମୁଁ କୌଣସି ପ୍ରକାରର ରିସ୍କ ନେବି ନାହିଁ ବୋଲି ସାମୀ କହିଛନ୍ତି ।

Leave A Reply

Your email address will not be published.