ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫି ଅବସରରେ ଭାରତର ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀ ଦିନିକିଆ କ୍ରିକେଟର ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ସାମୀ ଦିନିକିଆରେ ୨୦୦ ୱିକେଟ ପୂର୍ଣ୍ଣ କରିଛନ୍ତି । କମ ବଲରେ ସେ ୨୦୦ ୱିକେଟ ହାସଲରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସାମୀ ୫୧୨୬ ବଲରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପଛକୁ ମିଚେଲ ଷ୍ଟାର୍କ(୫୨୪୦), ସାକଲେନ ମୁସ୍ତାକ(୫୪୫୧) ଓ ବ୍ରେଟ ଲୀ( ୫୬୪୦) ରହିଛନ୍ତି । ସାମୀ ଆନ୍ତର୍ଜାତୀୟ ଦିିନିକିଆ ମ୍ୟାଚରେ ୧୦୪ ମ୍ୟାଚ ଖେଳି ଏହି ଉପଲବ୍ଧି ହାସଲ କରି ମିଳିତ ଭାବେ ସାକେଲନଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
୧୦୨ ମ୍ୟାଚରେ ମିଚେଲ ଷ୍ଟାର୍କ ୨୦୦ ୱିକେଟ ନେଇ ଶୀର୍ଷ ସ୍ଥାନରେ ରହିଛନ୍ତି । ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ସାମୀ ୧୦ ଓଭରରେ ୫୩ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ସାମୀଙ୍କ ଚମତ୍କାର ବୋଲିଂ ବଳରେ ବାଂଲାଦେଶ ୪୯.୪ ଓଭରରେ ୨୨୮ ରନ କରି ଅଲଆଉଟ ହୋଇ ଯାଇଥିଲା ।
Comments are closed.