Latest Odisha News

ସାମୀ ଅର୍ଜୁନ ପୁରସ୍କାର, ସାଇରାଜ-ଚିରାଗ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପେସ ବୋଲର ମହମ୍ମଦ ସାମୀଙ୍କ ନାମ ଅର୍ଜୁନ ପୁରସ୍କାର ତାଲିକାରେ ସାମିଲ କରିବା ପାଇଁ କ୍ରୀଡା ମନ୍ତ୍ରଣାଳୟକୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରିଛି । ଅପରପକ୍ଷରେ ଷ୍ଟାର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀଙ୍କ ନାମ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି । ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କାର ପାଇଁ ୧୬ଜଣଙ୍କ ନାମ ପ୍ରକାଶ କରାଯାଇଥିଲେ ମଧ୍ୟ ଏଥିରେ ସାମୀଙ୍କ ନାମ ନ ଥିଲା । ୩୩ ବର୍ଷୀୟ ସାମୀ ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ୨୪ ୱିକେଟ ଅକ୍ତିଆର କରିଥିଲେ ।
ଅର୍ଜୁନ ପୁରସ୍କାର: ମହମ୍ମଦ ସାମୀ, ଅଜୟ ରେଡ୍‌ଡୀ, କୃଷ୍ଣା ବାହାଦୂର ପାଠକ, ସୁଶୀଲା ଚାନୁ, ଓଜେସ ପ୍ରବୀଣ ଓ ଅଦିତି ଗୋପୀଚାନ୍ଦ ସ୍ୱାମୀ, ଶୀତଲ ଦେବୀ, ମହମ୍ମଦ ହୁସାମୁଦ୍ଦିନ, ଆର.ବୈଶାଳୀ, ଦୀକ୍ଷା ଡଗର, ଐଶ୍ଚର୍ଯ୍ୟ ପ୍ରସାଦ ସିଂ ତୋମାର, ଅନ୍ତିମ ପଙ୍ଘାଲ, ଅହାୟିକା ମୂର୍ଖାଜୀ, ପାରୂଲ ଚୌଧୁରୀ, ଏମ.ଶ୍ରୀଶଙ୍କର, ଦିବ୍ୟକୃତି ସିଂ, ଅନୂଷ ଅଗ୍ରୱାଲ, ପିଙ୍କି ।

ଦ୍ରୋଣାଚାର୍ଯ୍ୟ ପୁରସ୍କାର:ଗଣେଶ ପ୍ରଭାକରନ, ମହାବୀର ସୈନୀ, ଲଳିତ କୁମାର, ଆରବି ରମେଶ, ଶିବେନ୍ଦ୍ର ସିଂ,
ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର: ସାତ୍ୱିକ ସାଇରାଜ ଓ ଚିରାଶ ଶେଟ୍ଟୀ ।
ଧ୍ୟାନଚାନ୍ଦ ଲାଇଫ ଟାଇମ ପୁରସ୍କାର: କବିତା, ମଂଜୁଷା କଂଓର, ବୀନିତ କୁମାର ଶର୍ମା ।

Comments are closed.