Latest Odisha News

BREAKING NEWS

କିଏ କହିଲେ ମୁଁ ସାମୀଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସଙ୍ଗେ ସଙ୍ଗେ ପଠାଇ ଦିଅନ୍ତି

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଚଳାଇଛି । ଅବଶ୍ୟ ଏଥିନେଇ କେତେଜଣ ଖେଳାଳି ଆଘାତ ସମସ୍ୟାରେ ମଧ୍ୟ ପଡିଛନ୍ତି । ଇତି ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପେସ ବୋଲର ମହମ୍ମଦ ସାମୀଙ୍କୁ ନେଇ ଚକିତ କରିବା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ହୋଇଥିଲେ ମହମ୍ମଦ ସାମୀଙ୍କୁ ସଙ୍ଗେ ସଙ୍ଗେ ଏହି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ପଠାଇ ଦିଅନ୍ତି । ଆଘାତ ସମସ୍ୟାରୁ ମୁକୁଳିବା ପରେ ସାମୀ ରଣଜୀ ଟ୍ରଫିରେ ଭଲ ବୋଲିଂ ପ୍ରଦର୍ଶନ କରିଛନ୍ତି । ସେ ପର୍ଥ ଟେଷ୍ଟରେ ନ ଖେଳିଲେ ମଧ୍ୟ ଦ୍ୱିତୀୟ ଟେଷ୍ଟ ବେଳକୁ ଟିମ ସହିତ ଯୋଗ ଦେଇପାରିବେ ।

ଏହି ଅବସରରେ ଆକାଶ ଦୀପ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଏହି ସିରିଜରେ ଗୁରୁତ୍ୱ ଦେବା ବୁଦ୍ଧିମାନର କାମ ହେବ ବୋଲି କହିଛନ୍ତି । ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜଙ୍କ ପରେ ପ୍ରସିଦ୍ଧ ତୃତୀୟ ପେସ ବୋଲର ହୋଇ ପାରନ୍ତି । ଏଠାକାର ପିଚ ତାଙ୍କ ଉଚ୍ଚତା ଓ ପେସକୁ ସୁହାଇବ ବୋଲି ଗାଙ୍ଗୁଲି କହିଛନ୍ତି । ସାମୀଙ୍କୁ ଶୀଘ୍ର ଅଷ୍ଟ୍ରେଲିଆ ପଠାଇବା ବ୍ୟବସ୍ଥା କରାଯାଉ । ଡିସେମ୍ବର ୬ ପୂର୍ବର ୁ ଯେ ଯେପରି ଦଳ ସହିତ ରହିବେ ବୋଲି ଗାଙ୍ଗୁଲି କହିଛନ୍ତି । ଅଷ୍ଟ୍ରେଲିଆରେ ସାମୀ ୮ ମ୍ୟାଚରୁ ୩୧ ୱିକେଟ ନେଇଛନ୍ତି ।

Leave A Reply

Your email address will not be published.