Latest Odisha News

BREAKING NEWS

ରାଜ୍ୟ ବଜେଟ୍ ୨୦୨୬-୨୭ : ୧୫ଶହ ଏକରରେ ହେବ “ଶାମୁକା ପ୍ରକଳ୍ପ”

ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ତେବେ ମୋହନ ମାଝୀ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନେକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହିତ ସମନ୍ଵୟ ଆଣିବା ପାଇଁ, ପୁରୀରେ “ଶାମୁକା” ପ୍ରକଳ୍ପ ଏବଂ ହୀରାକୁଦକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଚିହ୍ନଟ କରିଛୁ ।

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ନୈସର୍ଗିକ ବେଳାଭୂମିର ଅନୁଭୂତି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ଏକ ବିଶ୍ବମାନର ଉପକୂଳ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଣତ କରିବା ପାଇଁ ପ୍ରାୟ ୧୫ ଶହ ଏକର ପରିମିତ ଅଞ୍ଚଳରେ “ଶାମୁକା ପ୍ରକଳ୍ପ” ର ପରିକଳ୍ପନା କରାଯାଇଛି । ପୁରୀର ଶାମୁକାଠାରେ ପ୍ରସ୍ତାବିତ ବିଶ୍ବ ପର୍ଯ୍ୟଟନ କେନ୍ଦ୍ର (WTC) ଆଲୋଚନା, ନବ ସୃଜନ, ଗବେଷଣା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଇତ୍ୟାଦି କାର୍ଯ୍ୟକଳାପ ପାଇଁ ଏକ ବିଶ୍ବ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, ଯାହା ଓଡ଼ିଶାର ଅନ୍ତର୍ଜାତୀୟ ସ୍ଥିତିକୁ ସୁଦୃଢ କରିବ ।

ଜଳଭଣ୍ଡାର-କ୍ଷେତ୍ର ବିକାଶ ପାଇଁ ୯୯ କୋଟି ଟଙ୍କା ପୂର୍ବରୁ ଅନୁମୋଦନ କରାଯାଇଛି । ସେହିପରି ‘ଚିଲିକା ପୁନରୁଦ୍ଧାର’ ନାମରେ ଏକ ନୂତନ ଯୋଜନା ଘୋଷଣ କରାଯାଇଛି ।

ହୀରାକୁଦର ସମନ୍ବିତ ପର୍ଯ୍ୟଟନ ବିକାଶର ଲକ୍ଷ୍ୟ ହେଉଛି ଡ୍ୟାମ୍ ଅଞ୍ଚଳ, ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦ୍ବୀପ ସମୂହ ଏବଂ ଆଖପାଖ ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରି ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ମାଧ୍ୟମରେ ଏହି ଅଞ୍ଚଳକୁ ଏକ ସ୍ଥାୟୀ, ବିଶ୍ବସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳରେ ପରିଣତ କରିବା ।

ଭୁବନେଶ୍ବରରେ ଏକ ବିଶ୍ୱମାନର ସଂଗ୍ରହାଳୟ ନିର୍ମାଣ କରାଯିବ । ସାମରିକ କଳା କୌଶଳ “ଛଉ” ଆମର ଗର୍ବ । ବାରିପଦାଠାରେ “ମୟୂରଭଞ୍ଜ ଛଉ ଏକାଡେମୀ” ପ୍ରତିଷ୍ଠା କରିବୁ ଯାହା ପାଇଁ ବଜେଟରେ ୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସେହିପରି ‘ଚିଲିକା ପୁନରୁଦ୍ଧାର’ ନାମରେ ଏକ ନୂତନ ଯୋଜନା ଘୋଷଣ କରାଯାଇଛି । ଜଳଭଣ୍ଡାର-କ୍ଷେତ୍ର ବିକାଶ ପାଇଁ ୯୯ କୋଟି ଟଙ୍କା ପୂର୍ବରୁ ଅନୁମୋଦନ କରାଯାଇଛି ।

Leave A Reply

Your email address will not be published.