Latest Odisha News

BREAKING NEWS

ଜ୍ୟୋତିଷ ବିଚାରରେ ଶନି ଚଳନ; କ’ଣ ରହିଛି ଶୁଭାଶୁଭ ଫଳ ଜାଣନ୍ତୁ…

ଗ୍ରହରାଜ ଶନି ନୀଳ ରଙ୍ଗର ପ୍ରତିକ । ସେ ଆୟୁକୁ ନିୟନ୍ତ୍ରଣ କରନ୍ତି ଅଳ୍ପାୟୁ ଦୀର୍ଘାୟୁ ଶନିଙ୍କର ଅଧିନ।ସେ ନ୍ୟାୟର ବିଚାରକ ଦୋଷିକୁ ଦଣ୍ଡ ପ୍ରଦାନ କରନ୍ତି ସତ୍ୟ ଧର୍ମ ର ଆଜ୍ଞା ପାଳନ କରି ଥାନ୍ତି ।

କଳି ଯୁଗରେ ହନୁମାନ, କାଳି, ଓ ଗ୍ରହରାଜ ଶନି ଏ ତିନିଜଣ ଜୀବନ୍ତ (ଜ୍ୟୋତିଷ କୌମୁଦୀ)। ଜାତକ ବିଚାର କଲାବେଳେ କୁଣ୍ଡଳୀରେ ଆଗ ଦେଖାଯାଏ ଶନି ଦୃଷ୍ଟି ଓ ବୃହସ୍ପତି ସ୍ଥିତି ଏହି ଦୁଇ ଗ୍ରହ ଠିକ୍ ଜାଗାରେ ଅବସ୍ଥାନ କରିଥିଲେ ଜାତ ବ୍ୟକ୍ତି ଧନି ମାନି ଗୁଣୀ ବିବେକି ଓ ଧର୍ମ ପରାୟଣ ହୋଇ ଥାଆନ୍ତି ।

ଜଣେ ଗରିବ ଲୋକଙ୍କୁ କୋଟିପତି କରିବା ଓ ଜଣେ କୋଟିପତିଙ୍କୁ ଗରିବ କରିବା କେବଳ ଶନିଙ୍କର କ୍ଷମତା ତେଣୁ ଭକ୍ତିର ସହ ଶନିଙ୍କୁ ଡାକିବା ଦ୍ବାରା ନିଶ୍ଚିତ ଫଳ ପାଇବା।

ଶନି ଶନିଚଳିଲେ ଭୟ କରନ୍ତୁନି,ଶନି ହେଲେ ନ୍ୟାୟର ପରିଚାଳକ ଯଦି ତୁମେ ସତ୍ୟ,ନ୍ୟାୟ ଓ ଆଦରର ସହିତ ନିଜ କର୍ତ୍ତବ୍ୟ କରିଚାଲିବ ଓ ଦରିଦ୍ର, ଅସହାୟ ମାନଙ୍କୁ ସନ୍ତୁଷ୍ଟ କରିପାରିଲ ଜାଣିରଖ ତୁମେ ଶନିଙ୍କୁ ସନ୍ତୁଷ୍ଟ କରିଲ ।

ଆଉ ଶନି ଚଳିଲେ ଭୟ କରିବା ଠିକ୍ ନୁହେଁ କାରଣ ଶନିଚଳନ କେବେ କାହାର କ୍ଷତି ହୁଏ ନାହିଁ ବରଂ ଗଲାବେଳେ ବହୁତ କିଛି ଶୁଭଫଳ ଦେଇ ବିଦାୟ ନିଅନ୍ତି । ଆସନ୍ତୁ ଭକ୍ତିରେ କହିବା ଓଁ ଶଂ ଶନିଶ୍ଚରାୟ ନମଃ ।

(ଲେଖକ ଓଡ଼ିଶାର ଜଣେ ବିଶିଷ୍ଟ ଜ୍ୟୋତିର୍ବିଦ ତଥା ଆଧ୍ୟାତ୍ମିକ ପ୍ରବଚକ)

Leave A Reply

Your email address will not be published.