Latest Odisha News

BREAKING NEWS

ଆଜି ଭାରତ-ନ୍ୟୁଜିଲାଣ୍ଡ ୧ମ ଟି-୨୦ ଟକ୍କର

ଅକଲାଣ୍ଡ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୧ମ ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ଏକପ୍ରକାର ରଣନୀତି ପସ୍ତୁତ କରିଛନ୍ତି ।

ଏହି ମ୍ୟାଚ୍ ଅକଲାଣ୍ଡର ଇଡେନ୍ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ ଅନୁଷ୍ଠିତ ହେବାକୁ ଯାଉଛି ।

 

ଅପରପକ୍ଷରେ ମ୍ୟାଚ୍ ଖେଳାଯିବାକୁ ଥିବା ଏହି ପିଚ୍ ଭାରତୀୟ ଦଳକୁ ସୁହାଇବ ବୋଲି କ୍ରୀଡାବିତ୍ ମାନେ ଆକଳନ କରିଛନ୍ତି ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ୍, ଶ୍ରେୟସ ଅୟର୍‌, ମନିଷ ପାଣ୍ଡେ, ଶିବମ୍ ଦୁବେ, ୱାସିଂଟନ୍ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସାମୀ, ଯଶପ୍ରିତ ବୁମରାହ, ନବଦୀପ ସୋନି।

Leave A Reply

Your email address will not be published.