Latest Odisha News

BREAKING NEWS

ଶନି ଜୟନ୍ତୀରେ ପଡୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ: ଜୁନ୍ ୧୦ ତାରିଖ ତଥା ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ରେ ପଡୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ। ଏହି ଦିନରେ ମଧ୍ୟ ପଡୁଛି ଶନି ଜୟନ୍ତୀ।

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗକୁ ସ୍ୱତନ୍ତ୍ର ବିବେଚନା କରାଯାଇଥାଏ।

ଏହି ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ରହିବ। ଏହା ବ୍ୟତୀତ କାନାଡା, ଋଷିଆ, ଗ୍ରୀନଲାଣ୍ଡ, ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାରେ ମଧ୍ୟ ସୂର୍ଯ୍ୟ ପରାଗ ଦେଖାଯିବ।

ଶନି ଜୟନ୍ତୀ କେବେ?
ଜୁନ୍ ୧୦ରେ ଶନି ଜୟନ୍ତୀ ପଡୁଛି। ପରାଗ ହେତୁ ଶନି ଜୟନ୍ତୀରେ ପୂଜା ପ୍ରଭାବିତ ହେବ ନାହିଁ। ଏହା ବ୍ୟତୀତ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ହେତୁ ମନ୍ଦିରଗୁଡ଼ିକର କବାଟ ମଧ୍ୟ ବନ୍ଦ ରହିବ ନାହିଁ।

ଶନିଙ୍କ ପାଇଁ ପ୍ରତିକାର-
ଏହି ଦିନ ଶନି ଦେବଙ୍କ ସହ ଜଡିତ ଜିନିଷ ଦାନ କରିବା ଭଲ ବୋଲି ବିବେଚନା କରାଯାଏ। ସୋରିଷ ତେଲ, କଳା ରାଶି ଆଦି ଦାନ କରିବା ଏହି ଦିନରେ ଶୁଭ କୁହାଯାଇଥାଏ।

Leave A Reply

Your email address will not be published.