Latest Odisha News

BREAKING NEWS

ଛତ୍ରାସାଲ ଷ୍ଟାଡିୟମ ହତ୍ୟା ମାମଲା; ସୁଶୀଲ କୁମାରଙ୍କ ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ଆର୍ମସ ଲାଇସେନ୍ସକୁ ସ୍ଥଗିତ ରଖାଯାଇଛି ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ କହିଛି। ଛତ୍ରାସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରାଣା ହତ୍ୟାକାଣ୍ଡ ଘଟଣାରେ ସୁଶୀଲ କୁମାରଙ୍କୁ ଗିରଫ କରାଯାଇଥିଲା।

ପୋଲିସ କହିଛି ଯେ ସୁଶୀଲ କୁମାରଙ୍କ ଲାଇସେନ୍ସ ବାତିଲ ପ୍ରକ୍ରିୟା ଲାଇସେନ୍ସ ବିଭାଗ ଦ୍ୱାରା ଆରମ୍ଭ ହୋଇଛି।

ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀ ସାଗର ଧନଖର ଏବଂ ତାଙ୍କର ଦୁଇ ବନ୍ଧୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସାଗରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

ସୁଶୀଲ ଏବଂ ଅଜୟ କୁମାର ଗିରଫ ହେବା ପରେ କୋର୍ଟ ସେମାନଙ୍କୁ ମେ୨୩ରେ ପୋଲିସ ହେପାଜତରେ ୬ ଦିନ ରିମାଣ୍ଡରେ ନେଇଥିଲେ।

Leave A Reply

Your email address will not be published.