Latest Odisha News

BREAKING NEWS

ପୁଣି କ୍ଷୋଭ ପ୍ରକାଶ କରି ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ

ପୁରୀ: ପୁଣି କ୍ଷୋଭ ପ୍ରକାଶ କରି ସମାନ କଥା ଦୋହରାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପର୍ଯ୍ୟଟନ କ୍ଷେତ୍ର କରି ତୋପ ଭୂମିକୁ ଭୋଗ ଭୂମିରେ ପରିଣତ କରି ଆଜିକାଲି ବିକାଶ ବୋଲି ଦର୍ଶାଯାଇଛି। ଏଭଳି ବିକାଶ ପକ୍ଷରେ ଜନମତ ସ୍ରୁଷ୍ଟି ହେଉଛି। ତପସ୍ୟା ମୂଲ୍ୟବୋଧ ବୁଝିବାରେ ଅକ୍ଷମତା ପ୍ରକାଶ ପାଉଛି।

ପୁରୀ ଜିଲାପାଳ, ଉପଜିଲାପାଳ ଓ ଗଜପତିଙ୍କ ନେତୃତ୍ଵରେ ପରିଚାଳନା କମିଟି ସଦସ୍ୟ ପୁରୀ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ଆଜି ଭେଟିଥିଲେ। ଏହି ସମୟରେ ଗଜପତି ପ୍ରକଳ୍ପରେ ପରିବର୍ତ୍ତନକୁ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇଥିଲେ। ପ୍ରସ୍ତାବିତ ଅଭ୍ୟର୍ଥନା ଗୃହକୁ 100 ମିଟର ବାହାରକୁ ନିଆଯିବାର ନିଷ୍ପତି ନିଆଯାଇଛି । ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ।

ଅନ୍ୟପଟରେ ଗଜପତି ଶଙ୍କରାଚାର୍ଯ୍ୟଙ୍କୁ ଦେଇଛନ୍ତି ଭୁଲ ତଥ୍ୟ ଦେଇଥିବା ସୂଚନା ରହିଛି। 30 ରୁ 40 ଫୁଟ ନୁହଁ ବରଂ 5 ଫୁଟର ଖନନ ହୋଇଥିବା କଥା ଶଙ୍କରାଚାର୍ଯ୍ୟଙ୍କୁ ଗଜପତି କହିଥିବା ସୂଚନା ରହିଛି। ଯାହା ଶଙ୍କରାଚାର୍ଯ୍ୟ ନିଜେ ସୂଚନା ଦେଇଛନ୍ତି ।

ଏଏସ୍ଆଇ ଓ ପ୍ରଶାସନକୁ ଏକାଠି କରି ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ। ସେପଟେ ଜିପିଆର ସର୍ଭେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଶଙ୍କରାଚାର୍ଯ୍ୟ। ଦିନରେ ଜିପିଆର ସର୍ଭେ କଲେ ଲୋକେ ଜାଣିବେ ସତ କଣ ତେଣୁ ରାତିରେ କରାଯାଇଛି ସର୍ଭେ। ଏହା ସମ୍ପୂର୍ଣ୍ଣ ଅନୁଚିତ୍ ଓ ବେଆଇନ୍ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ଅନ୍ୟପଟେ ଜଗତଗୁରୁ କହିଛନ୍ତି ମୁଁ ନଥିଲା ବେଳେ ସବୁ ଘଟୁଛି । ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କ ସହ ଆଲୋଚନା କରାଯାଇନାହିଁ ଓ କୌଣସି ମତ ନିଆଯାଇନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ।

Leave A Reply

Your email address will not be published.