Latest Odisha News

BREAKING NEWS

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦଙ୍କ ପରଲୋକ

ଭୋପାଳ: ହିନ୍ଦୁ ଧର୍ମର ବଡ ଧର୍ମଗୁରୁ ଓ ଦ୍ୱାରକା ଏବଂ ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ସ୍ଥିତ ଗାଟେଗାଁଓ ନିକଟସ୍ଥ ଜ୍ଞାତେଶ୍ୱର ଧାମରେ ତାଙ୍କ ନିଧନ ହୋଇଥିଲା । ନିକଟରେ ସେ ତାଙ୍କ ଜନ୍ମ ଦିବସ ପାଳନ କରିଥିଲେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଥିଲେ । କମଳନାଥ ତାଙ୍କର ବଡ ଭକ୍ତ ଭାବେ ମଧ୍ୟ ପରିଗଣିତ । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମହଲରେ ଶୋକର ଲହରୀ ଖେଳି ଯାଇଥିଲା । ବିଭିନ୍ନ ସ୍ଥାନରୁ ଭକ୍ତମାନେ ଜ୍ଞାତେଶ୍ୱରରେ ପଂହଚିବା ଆରମ୍ଭ କରିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । ମଧ୍ୟପ୍ରଦେଶର ସିୱାନୀ ଜିଲ୍ଲାରେ ସ୍ୱରୂପାନନ୍ଦ ସରସ୍ୱତୀ ଜନ୍ମ ଗ୍ରହଣ କରିଥିଲେ । ୧୯୮୨ରେ ସେ ଗୁଜରାଟର ଦ୍ୱାରକା, ଶାରଦା ପୀଠ ଓ ବଦ୍ରିନାଥର ଜ୍ୟୋତିର ମଠର ଶଙ୍କରାଚାର୍ଯ୍ୟ ହୋଇଥିଲେ । ସ୍ୱାମୀଜୀ ଧର୍ମ, ଅଧ୍ୟାତ୍ମିକ ଓ ଈଶ୍ୱରଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

Leave A Reply

Your email address will not be published.