Latest Odisha News

ଫିଟ ହେଲେ ବୁମରାହ, ହର୍ଷଲ

ବାଙ୍ଗାଲୋର: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଟି୨୦ ବିଶ୍ୱକପ ପୂର୍ବରୁ ଦୁଇ ଆଘାତପ୍ରାପ୍ତ ବୋଲି ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲ ଫିଟ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସେମାନେ ଫିଟନେସ ଟେଷ୍ଟ କ୍ଲିୟର କରିଛନ୍ତି । ବାଙ୍ଗାଲୋରରେ ଏନସିଏରେ ସେମାନେ ବୋଲିଂ ଅଭ୍ୟାସ ମଧ୍ୟ କରିଥିଲେ । ଆଘାତ ସମସ୍ୟା ଯୋଗୁ ଏମାନଙ୍କୁ ଏସିଆ କପ କ୍ରିକେଟରେ ସାମିଲ କରାଯାଇ ନ ଥିଲା । ଟି୨୦ର ଡେଥ ଓଭରରେ ଏହି ଦୁଇ ବୋଲର ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ବିସିସିଆଇ ଓ ଚୟନ କମିିଟି ଖୁବ ଶୀଘ୍ର ବିଶ୍ୱକପ ପାଇଁ ଦଳ ଚୟନ କରିବାକୁ ଯାଉଛନ୍ତି ।

ବୁମରାହ ଓ ହର୍ଷଲଙ୍କ ଉପସ୍ଥିତି ଦଳକୁ ସୁବିଧାଜନକ ସ୍ଥିତିରେ ରଖିବ ବୋଲି ଅନୁମାନ କରାଯାଉଛି । ହର୍ଷଲ ଡେଥ ଓଭରରେ ୧୫ ଟି୨୦ରେ ୮.୭୬ ଇକୋନୋମୀ ରେଟରେ ୧୯ ୱିକେଟ ଅକ୍ତିଆର କରିଥିଲେ । ଅନ୍ୟ ଅର୍ଥରେ ଭାରତର ବୋଲିଂ ସମସ୍ୟା ପ୍ରାୟତଃ ଦୂର ହୋଇଛି । ବିରାଟ କୋହଲି ଏବଂ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି ।

Leave A Reply

Your email address will not be published.