ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ତାଙ୍କୁ ସ୍ୱାଗତ କରିବାକୁ ଏକନାଥ ସିନ୍ଦେ ନିଜେ ବାହାରକୁ ଆସିଥିଲେ। ଏହା ପରେ ଉଭୟ ନେତା ଭିତରକୁ ଗଲେ ଏବଂ ଉଭୟଙ୍କ ମଧ୍ୟରେ ସାକ୍ଷାତ ପ୍ରାୟ ଅଧ ଘଣ୍ଟା ଚାଲିଥିଲା। ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଶରଦ ପାୱାର ଘରକୁ ଯାଇ ତାଙ୍କୁ ଭେଟିଥିଲେ।
ସୂଚନାଯୋଗ୍ୟ ଯେ ଯେତେବେଳେ ଏହି ବୈଠକ ଶରଦ ପାୱାର ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ହୋଇଥିଲା ସେତେବେଳେ ଉଦ୍ଧବ ଠାକରେ ବିଦେଶ ଗସ୍ତରେ ରହିଛନ୍ତି। ଏକନାଥ ସିନ୍ଦେଙ୍କ ସହ ଶରଦ ପାୱାରଙ୍କ ସାକ୍ଷାତ ପରେ ଶିଳ୍ପପତି ଗୌତମ ଆଦାନୀ ଶରଦ ପାୱାରଙ୍କୁ ଭେଟିବା ପାଇଁ ସିଲଭର ଓକ୍ରେ ପହଞ୍ଚିଥିଲେ।
ଶରଦ ପାୱାର ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟି ମରାଠା ମଣ୍ଡଳ ସଂଗଠନର ୭୫ ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ନିମନ୍ତ୍ରଣ କରିଥିବା କୁହାଯାଉଛି। ପାୱାର ମୁମ୍ବାଇ ସ୍ଥିତ ମରାଠା ମଣ୍ଡଳ ସନ୍ଥାର ସଭାପତି। ପୱାର କହିଛନ୍ତି ଯେ ମରାଠୀ ଚଳଚ୍ଚିତ୍ର ଶିଳ୍ପ ଏବଂ ଥିଏଟର ସହିତ ଜଡିତ କଳାକାର ତଥା ଲୋକଙ୍କ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସେ ଏକ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଉଦ୍ଧବ ସରକାରରେ ସାମିଲ ଥିଲେ କଂଗ୍ରେସ ଏବଂ ଏନସିପି। କିନ୍ତୁ ଶିବସେନାରେ ଏବେର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଦ୍ରୋହ କରିବା ପରେ କ୍ଷମତା ପରିବର୍ତନ ହୋଇଛି। ଆଉ ଏକନାଥ ନେତୃତ୍ୱାଧୀନ ଶିବସେନା ବିଜେପି ସହ ମିଶି ରାଜ୍ୟରେ ସରକାର ଗଢ଼ିଛି। ରାଜ୍ୟରେ ବିଭିନ୍ନ ସମୟରେ ଏନସିପି ନେତା ଅଜିତ ପାଓ୍ୱାର ବିଜେପି ସହ ସମ୍ପର୍କରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଶରଦ ଏକନାଥଙ୍କୁ ଭେଟିବା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଯେତେବେଳେ କି ଉଦ୍ଧବ ଠାକରେ ବିଦେଶ ଗସ୍ତରେ ରହିଛନ୍ତି।
Comments are closed.