Latest Odisha News

BREAKING NEWS

ହକି: ଫାଇନାଲରେ ପାକିସ୍ତାନକୁ ହରାଇଲା ଭାରତ, ଟାଇଟଲ ଜିତି ରଚିଲା ଇତିହାସ

ନୁଆଦିଲ୍ଲୀ: ଜୁନିୟର ହକି ଏସିଆ କପ୍‌ର ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତୀୟ ଦଳ ଟାଇଟଲ ଜିତିଛି। ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ମ୍ୟାଚ ଜିତି ଭାରତ ଚାରିଥର ଜୁନିୟର ହକି ଏସିଆ କପ୍ ଟାଇଟଲ ଜିତିଛି। ଆଠ ବର୍ଷ ପରେ ଆୟୋଜିତ ହୋଇଥିବା ଏହି ମୁକାବିଲାକୁ ଦେଖିବା ପାଇଁ ଭାରତ ଏବଂ ପାକିସ୍ଥାନର ପ୍ରଶଂସକମାନେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ମ୍ୟାଚର ଶେଷ ମୁହୂର୍ତ୍ତରେ ପାକିସ୍ତାନୀ ଦଳ ଜିତିବାକୁ ଉଦ୍ୟମ କରିଥିଲା, କିନ୍ତୁ ଖେଳ ଭାରତୀୟ ଦଳ ହାତରେ ଥିଲା।

ପାକିସ୍ତାନ ବିପକ୍ଷ ପୁରା ମ୍ୟାଚରେ ଭାରତୀୟ ଖେଳାଳିମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଭାରତ ପକ୍ଷରୁ ୧୨ ମିନିଟରେ ଅଙ୍ଗଦ ବୀର ସିଂ, ୧୯ ତମ ମିନିଟରେ ଅରିଜିତ ସିଂ ହୁଣ୍ଡାଲ ସ୍କୋର କରିଥିବାବେଳେ ୩୭ ତମ ମିନିଟରେ ବଶରତ ଅଲି ପାକିସ୍ତାନ ଦଳ ପାଇଁ ଏକମାତ୍ର ଗୋଲ ସ୍କୋର କରିଥିଲେ।

୨୦୦୪, ୨୦୦୫ ଏବଂ ୨୦୧୫ ପରେ ଚତୁର୍ଥ ଥର ପାଇଁ ଭାରତ ଏହି ଟାଇଟଲ୍ ଜିତିଥିବାବେଳେ ୧୯୮୭, ୧୯୯୨ ଏବଂ ୧୯୯୬ ରେ ପାକିସ୍ତାନ ଚାମ୍ପିଅନ୍ ହୋଇଛି । ଜୁନିୟର ପୁରୁଷ ହକି ଏସିଆ କପ୍‌ର ଫାଇନାଲରେ ଦୁଇ ଦଳ ପୂର୍ବରୁ ତିନିଥର ଭେଟିଛନ୍ତି। ୧୯୯୬ରେ ପାକିସ୍ତାନ ଜିତିଥିବାବେଳେ ୨୦୦୪ରେ ଭାରତ ବିଜୟୀ ହୋଇଥିଲା। ମାଲେସିଆରେ ଖେଳାଯାଇଥିବା ଶେଷ ମୁକାବିଲାରେ ପାକିସ୍ତାନକୁ ୨-୨ ଗୋଲରେ ପରାସ୍ତ କରି ଭାରତ ଟାଇଟଲ ଜିତିଛି।

ଆଠ ବର୍ଷ ପରେ ଜୁନିୟର ହକି ଏସୀୟ କପ୍ ଆୟୋଜିତ ହୋଇଛି । ୨୦୨୧ ମସିହାରେ କରୋନା ମହାମାରୀ ହେତୁ ଏହା ଖେଳାଯାଇ ନଥିଲା। ପ୍ରଥମ କ୍ୱାର୍ଟରରେ ପାକିସ୍ତାନ ଭାରତ ବିରୋଧରେ ଜୋରଦାର ଆକ୍ରମଣ କରିଥିଲା। ଦ୍ୱାଦଶ ମିନିଟରେ ଅଙ୍ଗଦ ବିର୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

Leave A Reply

Your email address will not be published.