Latest Odisha News

BREAKING NEWS

ନିଷ୍ପତ୍ତିରୁ ଓହରି ପାରନ୍ତି ଶରଦ ପାୱାର; ପୁନର୍ବିଚାର ପାଇଁ ମାଗିଲେ ୩ ଦିନ ସମୟ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି ମୁଖ୍ୟ ଶରଦ ପାୱାର ଅଧ୍ୟକ୍ଷ ପଦ ଛାଡିବା ପରେ ତାଙ୍କୁ ମନାଇବା ପାଇଁ ଦଳ ଉଦ୍ୟମ ଜାରି ରଖିଛି । ଇତି ମଧ୍ୟରେ ଶରତ ପାୱାର ତାଙ୍କ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରୁଛନ୍ତି । ଏଥିପାଇଁ ସେ ୨-୩ ଦିନ ମାଗିଛନ୍ତି । ଏମିତି ସୂଚନା ଦେଇଛନ୍ତି  ଏନସିପି ନେତା ଏବଂ ଶରଦଙ୍କ ପୁତୁରା ଅଜିତ ପାୱାର  ।

BjdElectrycity

ଶରଦ ପାୱାର ୟଶବନ୍ତ ରାଓ ଚହ୍ୱାନ ପ୍ରତିଷ୍ଠାନରେ ନିଜ ଆତ୍ମକଥା ଉନ୍ମୋଚନ ଅବସରରେ ଅଧ୍ୟକ୍ଷ ପଦ ଛାଡିବା ବିଷୟରେ ଘୋଷଣା କରିଥିଲେ । ସେ ଏନସିପି ଅଧ୍ୟକ୍ଷ ପଦ ଛାଡିବା ନିଷ୍ପତ୍ତି ନେଇଥିବା କହିଥିଲେ । ଏଥିସହିତ ଆଗାମୀ ରଣନୀତି ପାଇଁ ବରିଷ୍ଠ ନେତାଙ୍କର ଏକ ପାନେଲ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଥିଲେ ।

ଅନ୍ୟପକ୍ଷେ ଅଜିତ ପାୱାର କହିଛନ୍ତି,  ଶରତ ପାୱାରଙ୍କ ନିଷ୍ପତ୍ତି ଶୁଣିବା ପରେ ଆମେ ସମସ୍ତେ ଭାବୁକ ହୋଇ ଯାଇଥିଲୁ । ଦୀର୍ଘ ସମୟ ଧରି ଆମେ ତାଙ୍କୁ ବୁଝାଇଥିଲୁ । ଦଳୀୟ କର୍ମୀମାନେ ବି ଏପରି ନିଷ୍ପତ୍ତକୁ ବିରୋଧ କରିଥିଲେ । ନିଜ ନିଷ୍ପତ୍ତି ଉପରେ ବିଚାର କରିବା ପାଇଁ ଆମେ ଅନୁରୋଧ କରିଥିଲୁ । ଅନେକ ବରିଷ୍ଠ ନେତା ତାଙ୍କୁ ଦେଖା କରିଥିଲେ ଏବଂ ତାଙ୍କ ନିଷ୍ପତ୍ତି ଶୁଣିବା ପରେ ରାଜ୍ୟରେ ସ୍ଥିତି କିପରି ହୋଇଛି ଜଣାଇଥିଲେ । ଏହା ପରେ ଶରଦ କହିଥିଲେ, ମୋତେ ପୁଣି ଥରେ ଭାବିବା ପାଇଁ ୨/୩ ଦିନ ସମୟ ଦରକାର । ତେବେ ମୁଁ ଏପରି କରିବି ଯେତେବେଳେ ଦଳର କର୍ମୀ ପ୍ରଦର୍ଶନ ବନ୍ଦ କରି ନିଜ ଘରକୁ ଯିବେ ।

ଅଜିତ କହିଥିଲେ, ଆମେ ଶରଦ ପାୱାରଙ୍କୁ କହିଥିଲୁ, ଦଳର କର୍ମୀ ଏପରି ନିଷ୍ପତ୍ତିରେ ଆଦୌ ଖୁସି ନାହାନ୍ତି । ତେଣୁ ଆମର ଅନୁରୋଧ ଶରଦଦଳର ଅଧ୍ୟକ୍ଷ ରୁହନ୍ତୁ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁ୍କ୍ତି କରନ୍ତୁ ।ଶରଦ ଆମ କଥା ଶୁଣିଥିଲେ ଏବଂ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ କହିଥିଲେ ।

ସେ ଏକଥା ବି କହିଥିଲେ ଯେ, ଶରଦଙ୍କ ଇସ୍ତଫା କଥା ଶୁଣିବା ପରେ କେତେକ ଜିଲ୍ଲାର ପାର୍ଟି ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଶରଦ ସେମାନଙ୍କୁ କହିଛନ୍ତି, କେହି ଇସ୍ତଫା ଦେବା ଦରକାର ନାହିଁ ।   ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ୨/୩ ଦିନ ସମୟ ଦିଆଯାଉ ।

Leave A Reply

Your email address will not be published.