Latest Odisha News

ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା

ଯାଜପୁର: ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ପ୍ରତ୍ୟେକ ଶକ୍ତିପୀଠରେ ଚଳଚଂଚଳ ପରିବେଶ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ତିଥିକ୍ଷୟ ପାଇଁ ୧୫ ଦିନ ଅନୁଷ୍ଠିତ ହେବ । ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷାଠାରୁ ମାଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି ।

ବ୍ରହ୍ମାକୁଣ୍ଡରେ ଘଟ ନିମ୍ମର୍ଜନ ସହ କଳସ ସ୍ଥାପନ କରାଯାଇ ପାଣି ଗ୍ରହଣ କରାଯାଇଛି । ବିଳମ୍ବିତ ରାତ୍ରରେ ନବରତ୍ନ ବେଦୀରେ ୧୦ଟି କଳସ ସ୍ଥାପନ କରାଯାଇ ଷୋଢଷ ଉପଚାର ପୂଜାର୍ଚ୍ଚନା କରାଯାଇଥାଏ । ଆଜି ଠାରୁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମାଙ୍କୁ ସ୍ନାନ କରାଯିବ । ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମାଆଙ୍କ ରଥ କାମ ଆଗେଇ ଚାଲିଛି । ମାଆଙ୍କ ପୀଠରେ ଶାରଦୀୟ ଦୂର୍ଗୋତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.