Latest Odisha News

BREAKING NEWS

ବିଗ୍‌ ବସ୍‌ ୧୫; ସପ୍ତାହକୁ ୩୫ ଲକ୍ଷ ନେବେ ରିୟା!

ମୁମ୍ବାଇ: ଗତ ବର୍ଷ ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିୟା ଚକ୍ରବର୍ତ୍ତୀଙ୍କୁ ଚର୍ଚ୍ଚା ଲାଗିରହିଛି। ରିୟାଙ୍କୁ ନେଇ ଆଉ ଏକ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ରିୟା ସଲ୍‌ମାନଙ୍କ ଶୋ ବିଗ୍ ବସ୍ ୧୫ ରେ ଏଣ୍ଟ୍ରି କରିପାରନ୍ତି।

ରିପୋର୍ଟ ଅନୁଯାୟୀ ବିଗ୍‌ ବସ୍‌ ୧୫ରେ ପ୍ରିମିୟର୍ ପୂର୍ବରୁ ଜଣାଯାଇଛି ଯେ ଏହି ଅଭିନେତ୍ରୀଙ୍କୁ ପ୍ରତିଯୋଗୀ ଭାବରେ ସୋ’ରେ ପ୍ରବେଶ କରିବା ପାଇଁ ସପ୍ତାହକୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା, ଯାହା ସଲମାନ ଖାନଙ୍କ ସୋ’ରେ ଜଣେ ସେଲିବ୍ରିଟିଙ୍କୁ ପ୍ରଦାନ କରାଯାଇଥିବା ସର୍ବାଧିକ ବୋଲି କୁହାଯାଉଛି।

ଏହାପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହ ବିଗ୍ ବସ୍ ୧୫ରେ ପ୍ରବେଶ କରିବେ। ତେବେ ସୋସିଆଲ ମିଡିଆ ପୋଷ୍ଟରେ ଅଙ୍କିତା ସେହି ରିପୋର୍ଟଗୁଡିକୁ ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.