ମସ୍କୋ: ରୁଷିଆର ମହାନ ଟେନିସ ତାରକା ତଥା ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ମାରିଆ ଶାରାପୋଭା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୋସିଆଲ ମିଡିଆରେ ସେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଶାରାପୋଭା ତାଙ୍କ ପୁଅର ନାମ ଥିଓଡର ରଖିଛନ୍ତି । ବ୍ରିଟେନର ବ୍ୟବସାୟର ଆଲେକଜାଣ୍ଡର ଗିଲକେସଙ୍କ ସହ ୨ ବର୍ଷ ପ୍ରେମ ସମ୍ପର୍କ ପରେ ଉଭୟ ୨୦୨୦ରେ ନିର୍ବନ୍ଧ କରିଥିଲେ । ଏପ୍ରିଲରେ ସେ ମାଆ ହେବାକୁ ଯାଉଛନ୍ତି ବୋଲି ଜଣାଇଥିଲେ । ଶାରାପୋଭା ବିଶ୍ୱର ୧୦ମ ମହିଳା ଖେଳାଳି ଭାବେ ସମସ୍ତ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଲଣ୍ଡନ ଅଲିମ୍ପିକ୍ସରେ ସେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ । ୩୫ ବର୍ଷୀୟ ଏହି ରୁଷୀୟ ଖେଳାଳି ଟେନିସ କୋର୍ଟରେ ପାଦ ଦେବାପରଠାରୁ ଦକ୍ଷତା, ପ୍ରତିଭା ଓ ଗ୍ଲାମର ପାଇଁ ଚର୍ଚ୍ଚିତ ହୋଇ ପଡିଥିଲେ । ଗିଲକେସ ଓ ଶାରାପୋଭା ସେମାନଙ୍କ ସଦ୍ୟଜାତ ସନ୍ତାନ ପାଖରେ ବସି ଭାବ ପ୍ରବଣ ହୋଇ ଦେଖିବାକୁ ମିଳିଛି ।
BREAKING NEWS
- India Vs Iran: ଭାରତ ନା ଇରାନ ? ସ୍ୱାଦ, ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ କେଉଁ ଦେଶର କେସର ୧ ନମ୍ବର…
- ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବୀକରଣ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ବିଆଇଟିଏମ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
- ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ଏତଲା ରୁଜୁ
- ଭାରତକୁ ଧମକ ଦେଲା ଆତଙ୍କବାଦୀ ରୌଫ୍
- Iran Crisis: ଇରାନ ସଂକଟ ମଧ୍ୟରେ ଭାରତର ପଦକ୍ଷେପ, ଆରମ୍ଭ ହେଲା ବଡ଼ ଅପରେସନ
- Protests Against SIR: ପଶ୍ଚିମବଙ୍ଗରେ SIR ବିରୋଧରେ ହିଂସାତ୍ମକ ପ୍ରତିବାଦ, BDO କାର୍ଯ୍ୟାଳୟରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ…
- Elephant Died: ବୋମା ଖାଇଥିବା ଗୁରୁତର ହାତୀର ମୃତ୍ୟୁ…
- ED Raid: ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ
- Machado Gave Nobel to Trump: ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ… କ’ଣ ଏବେ ଆମେରିକା ରାଷ୍ଟ୍ରପତି ନୋବେଲ ବିଜେତା?
- CM Mohan Majhi: ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ଆହୁରି ଅଧିକ ଆସିବ ପୁଞ୍ଜି
Comments are closed.