Latest Odisha News

ବ୍ରାଡମ୍ୟାନ, ବର୍ଡରଙ୍କ ରେକର୍ଡ ସହ ସମକକ୍ଷ ହେଲେ ଶାର୍ଦ୍ଦୁଳ

ଲଣ୍ଡନ: ଏଠାରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ଅଲ ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଶାର୍ଦ୍ଦୁଳଙ୍କ ଚମତ୍କାର ଇନିଂସ ଯୋଗୁ ଭାରତ ଫଲୋଅନ ଏଡାଇବାରେ ସଫଳ ହୋଇଥିଲା । ସେ ୫୧ ରନର ଇନିଂସ ଖେଳିଥିଲେ । ଓଭାଲରେ ସେ କ୍ରମାଗତ ୩ଟି ଅର୍ଦ୍ଧଶତକ ହାସଲ କରି ଡନ ବ୍ରାଡମ୍ୟାcନ ଓ ଆଲାନ ବର୍ଡରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ବ୍ରାଡମ୍ୟାନ ୧୯୩୦ରେ ଏବଂ ବର୍ଡର ୧୯୮୦ରେ ଏହି କୀର୍ତିମାନ ସ୍ଥାପନ କରିଥିଲେ ।

BjdElectrycity

ଶାର୍ଦ୍ଦୁଳ ଏଠାରେ ଖେଳିଥିବା ତାଙ୍କର ଶେଷ ୩ଟି ଇନିଂସରେ ୫୭, ୬୦ ଓ ୫୧ ରନ କରିଛନ୍ତି । ଶାର୍ଦ୍ଦୁଳଙ୍କ ୫୧ ରନର ଇନିଂସ ସତ୍ୱେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମ୍ୟାଚ ବଂଚାଇବା ପାଇଁ ସଂଘର୍ଷ ଜାରୀ ରଖିଛି । ଶାର୍ଦ୍ଦୁଳ ବୋଲିଂରେ ମଧ୍ୟ ଉପଯୁକ୍ତ ଯୋଗଦାନ ଦେଇଥିଲେ । ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ତାଙ୍କଠାରୁ ଭଲ ବୋଲିଂ ପ୍ରଦର୍ଶନ ମଧ୍ୟ ଆଶା କରାଯାଉଛି ।

Leave A Reply

Your email address will not be published.