Latest Odisha News

BREAKING NEWS

Shashi Tharoor: ଆୱାର୍ଡ ନେବାକୁ ମନା କଲେ ଶଶି ଥରୁର, ରାଗିଯାଇ କହିଲେ…

ନୁୂଆଦିଲ୍ଲୀ: ପୁରସ୍କାର ନେବା ପାଇଁ ମନା କରିଦେଲେ କଂଗ୍ରେସ ସାଂସଦ  ଶଶି ଥରୁର । ବୀର ସାଭରକର ପୁରସ୍କାରକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ, ଏକ ବଡ଼ ଖବର ସାମ୍ନାକୁ ଆସିଛି। କଂଗ୍ରେସ ସାଂସଦ ଶଶି ଥରୁର ବୀର ସାଭରକର ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ମତେ ଏହି ବିଷୟରେ ଆଗରୁ ଅବଗତ କରାଯାଇନଥିଲା ସେଥିପାଇଁ ମୁଁ  ଏହି ସମ୍ମାନକୁ ଗ୍ରହଣ କରିବି ନାହିଁ । ଏହା ହେୁଛି ଆୟୋଜକ ମାନଙ୍କର ଏକ ଦାୟିତ୍ବହୀନତା କାର୍ଯ୍ୟ ।

ସାଂସଦଙ୍କୁ ନପଚାରି ତାଙ୍କୁ ଏକ ସଂସ୍ଥା ବୀର ସାବରକର ଆୱାର୍ଡ ଦେବାକୁ ଘୋଷଣା କରିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଆୱାର୍ଡ ଗ୍ରହଣ କରିବି ନାହିଁ ବୋଲି କହିଛନ୍ତି ଥରୁର। ଏନଜିଓ ଗ୍ରୁପ୍ ଏଚଆରଡିଏସ ଇଣ୍ଡିଆ ‘ବୀର ସାଭରକର ଇଣ୍ଟରନ୍ୟାସନାଲ ଇମ୍ପାକ୍ଟ ପୁରସ୍କାର ୨୦୨୫’ ଘୋଷଣା କରିଛି। ଏହି ପୁରସ୍କାର ପାଇଁ ମୋଟ ୬ଜଣଙ୍କୁ ମନୋନୀତ କରାଯାଇଛି। ଶଶି ଥରୁର ତିରୁବନନ୍ତପୁରମରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ‘ମୋତେ ପୁରସ୍କାର ବିଷୟରେ ପୂର୍ବରୁ ସୂଚନା ଦିଆଯାଇନଥିଲା। ଏବଂ ମୁଁ ଏହାକୁ ଗ୍ରହଣ କରିନାହିଁ। ମୋ ସମ୍ମତି ବିନା ନାମ ଘୋଷଣା କରିବା ଉଚିତ୍ ନଥିଲା’। ଶଶି ଥରୁର ସ୍ପଷ୍ଟ କରିଛନ୍ତି ଯେ ସେ ଭି.ଡି. ସାଭରକରଙ୍କ ନାମରେ ନାମିତ କୌଣସି ପୁରସ୍କାର ଗ୍ରହଣ କରିବେ ନାହିଁ, କିମ୍ବା ସେ ସମ୍ପର୍କିତ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ। ତିରୁବନନ୍ତପୁରମ ସାଂସଦ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସମ୍ମତି ବିନା ତାଙ୍କ ନାମ ଘୋଷଣା କରିବା ଆୟୋଜକଙ୍କ ପକ୍ଷରୁ ଦାୟିତ୍ୱହୀନ।

Leave A Reply

Your email address will not be published.