Latest Odisha News

BREAKING NEWS

ସଂସଦ ଟିଭିରେ ଆଉ ଟକ୍ ସୋ ‘ଟୁ ଦି ପଏଣ୍ଟ’ କରିବେନି ସାଂସଦ ଶଶୀ ଥରୁର

ନୂଆଦିଲ୍ଲୀ : ସଂସଦ ଟିଭିରେ ନଜର ଆସିବେନି କଂଗ୍ରେସ ସାଂସଦ ଶଶୀ ଥରୁର। ସେ ଆଉ କରିବେନି ଟକ୍ ସୋ ‘ଟୁ ଦି ପଏଣ୍ଟ। ଏହି ଟକ୍ ସୋ ର ହୋଷ୍ଟ ପଦରୁ ସେ ଆଜି ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ରାଜ୍ୟ ସଭାରୁ ନିଲମ୍ବତ ହୋଇଥିବା ୧୨ ଜଣ ବିରୋଧୀ ସାଂସଦଙ୍କ ପ୍ରତି ସମର୍ଥନ ଜଣାଇ ଥରୁର୍ ଏଭଳି ନିଷ୍ପତି ନେଇଛନ୍ତି।

ସୋମବାର ଜାରି କରିଥିବା ବୟାନରୁ ଥରୁର ନିଲମ୍ବନ ସାଂସଦଙ୍କ ବିରୋଧକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ଏବଂ ସଂସଦ ପକ୍ରିୟାରେ ଶୁଣାଣି ନହେବା ପର୍ଯ୍ୟନ୍ତ ସେ ତାଙ୍କ ସୋ କୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି। ସଂସଦି ଟିଭି ଉପସ୍ଥାପନା କାର୍ଯ୍ୟକ୍ରମ ଉପସ୍ଥାପନା କରିବା ଅର୍ଥ ଅଗଣତାନ୍ତ୍ରୀକ କାର୍ଯ୍ୟକ୍ରମକୁ ସମର୍ଥନ କରିବା ସହ ସମାନ ବୋଲି ଶଶି ଥରରୁ କହିଛନ୍ତି ।

ସୂଚନା‌ଯୋଗ୍ୟ, ମୌସୁମୀ ଅଧିବେଶନରେ ପ୍ରଦର୍ଶନ କରିଥିବା ଆଚରଣ ଯୋଗୁଁ ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ରାଜ୍ୟସଭାର ୧୨ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା।

 

Leave A Reply

Your email address will not be published.