Latest Odisha News

BREAKING NEWS

[ଭିଡିଓ] ବିଶ୍ୱାସଘାତ: ଛେପର ଲେପରେ ପ୍ରସ୍ତୁତ ହେଉଥିଲା ତନ୍ଦୁରୀ ରୁଟି

ଭୁବନେଶ୍ୱର: ଢାବା, ବିବାହ ଭୋଜିରେ ତନ୍ଦୁରୀ ନାନ୍ କିମ୍ବା ରୁଟି ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ହୁଏ ତ ଆପଣଙ୍କ ବିଶ୍ୱାସ ସହ କେହି ସଂଘାତିକ ଖେଳ ଖେଳିଥାଇପାରନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟିକୁ ଦେଖିଲେ ଆପଣ ସବୁକିଛି ବୁଝିପାରିବେ ।

ଦାବି ହୋଇଛି ଏହି ଭିଡିଓଟି ଉତ୍ତରପ୍ରଦେଶ ମିରଟରୁ ଆସିଛି । ଏକ ବିବାହ ଉତ୍ସବରେ ତନ୍ଦୁରୀ ନାନ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣକ ଛେପ ପକାଇବାରେ ଦେଖାଯାଇପାରେ । ସୋସିଆଲ ମିଡିଆରେ ଅନେକ ଲୋକ ଏହି ବ୍ୟକ୍ତିର ପରିଚୟ ନୌସାଦ ବୋଲି ଦାବି କରିଛନ୍ତି ।

ବ୍ୟକ୍ତି ଜଣକ ମଇଦା ଗୁଳାରେ ରୁଟି ପ୍ରସ୍ତୁତ କରି ସେଥିରେ ଛେପ ପକାଇ ଭାଟିରେ ପକାଇବାରେ ସ୍ପଷ୍ଟ ଦେଖାଯାଇପାରେ । ଏହି ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ନୌସାଦକୁ ପୋଲିସ ଗିରଫ କରିଥିବା ସୂଚନା ରହିଛି । ପୂର୍ବରୁ ଏଭଳି ଅନେକ ସାମ୍ନାକୁ ଆସିଥିଲାବେଳେ ଏଭଳି ଘୃଣ୍ୟ ମାନସିକତା ଲୋକଙ୍କ ଭୟରେ ଲୋକେ ବିବାହ ଭୋଜିରେ ସାମିଲ ହେବାକୁ କୁଣ୍ଠାବୋଧ ମନେ କରୁଛନ୍ତି ।

Leave A Reply

Your email address will not be published.