Latest Odisha News

BREAKING NEWS

କରୋନାକୁ ନେଇ କବିତା ଲେଖିଲେ କଂଗ୍ରେସ ନେତା ଶଶି ଥରୁର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ଶଶି ଥରୁର । ତେବେ ଏଥର କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ, କବିତା ଲେଖି ସେ ଚର୍ଚ୍ଚାକୁ ଆସିଛନ୍ତି । ସେ କରୋନାକୁ ନେଇ ଏକ ହିନ୍ଦୀ କବିତା ଲେଖିଛନ୍ତି ।

ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପରେ ଶଶି ଥରୁର ମଧ୍ୟ ଏକ କବିତା ଟ୍ୱିଟରରେ ପୋଷ୍ଟ କରି ଲୋକଙ୍କୁ କରୋନା ଭୂତାଣୁ ନେଇ ସଚେତନ କରାଇଛନ୍ତି । ଥରୁରଙ୍କ ଏହି ହିନ୍ଦୀ କବିତାକୁ ଦେଖି ଅନେକ ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ତାଙ୍କ ହିନ୍ଦୀ ଦେଖି ବିଜେପିରେ ସାମିଲ ହେବା ପାଇଁ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ୧ଲକ୍ଷ ୩୫ ହଜାର ଲୋକ ଏହି ଭୟାନକ ରୋଗରେ ଆକ୍ରାନ୍ତ ଥିବା ବେଳେ ୪ ହଜାରରୁ ଅଧିକ ଲୋକଙ୍କୁ ପ୍ରାଣ ହରାଇବାକୁ ପଡିଛି । ବିଶ୍ୱର ପ୍ରାୟ ୧୧୭ଟି ଦେଶକୁ ଏହି ଭାଇରସ ବ୍ୟାପିଛି ।

Leave A Reply

Your email address will not be published.