Latest Odisha News

BREAKING NEWS

‘ଧୋକା ଦେବା ପାକର ସ୍ଵଭାବ’: ଅସ୍ତ୍ରବିରତି ଉଲ୍ଲଂଘନ ନେଇ ନିନ୍ଦା କଲେ ଥରୁର 

ନୂଆଦିଲ୍ଲୀ: ଉସକି ଫିତରତ ହେ ମୁକର ଜାନେ କି, ୟୁସକେ ୱାଦେ ପେ ୟକିନ୍ କୈସେ କରୁଁ?, ଭାରତ ସହିତ ଶାନ୍ତି ଆଲୋଚନା ସତ୍ତ୍ୱେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ, କିଛି ଏପରି କହି ପାକିସ୍ତାନକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଏନେଇ ନିଜ ଏକ୍ସରେ ପାକିସ୍ତାନକୁ ସମାଲୋଚନା କରି କହିଛନ୍ତି, କଥାରୁ ଓହରିଯିବା ତାଙ୍କର ସ୍ୱଭାବ। ମୁଁ ତାଙ୍କ ପ୍ରତିଶ୍ରୁତିକୁ କିପରି ବିଶ୍ୱାସ କରିପାରିବି?

ସନ୍ଧ୍ୟାରେ ଅସ୍ତ୍ରବିରତି ନେଇ ସହମତି ହେବା ପରର କେଇ ଘଣ୍ଟା ଭିତରେ ଶନିବାର ରାତିରେ ନିୟନ୍ତ୍ରଣ ରେଖା (LoC) ପାର କରି ପାକିସ୍ତାନୀ ପ୍ରୋଜେକ୍ଟାଇଲ୍ ଦେଖାଯିବା ପରେ କିଛି ଏପରି ମନ୍ତବ୍ୟ ରଖିଥିଲେ ଥରୁର। ତାଙ୍କ ଟ୍ୱିଟ୍ କରିବାର କିଛି ଘଣ୍ଟା ପୂର୍ବରୁ, ଥରୁର, ପିଟିଆଇ ସହିତ କଥାବାର୍ତ୍ତା ସମୟରେ, ମୁଁ ଭାବୁଛି ଶାନ୍ତି ଜରୁରୀ, ଆମକୁ ଅଧିକ ବିବରଣୀ ମିଳିବା ଆବଶ୍ୟକ, କିନ୍ତୁ ମୁଁ ବହୁତ ଖୁସି ଅସ୍ତ୍ରବିରତିକୁ ନେଇ କାରଣ ଭାରତ କେବେବି ଦୀର୍ଘକାଳୀନ ଯୁଦ୍ଧ ଚାହୁଁନାହିଁ, କିନ୍ତୁ ଭାରତ ଆତଙ୍କବାଦୀଙ୍କୁ ଏକ ଶିକ୍ଷା ଦେବାକୁ ଚାହୁଁଥିଲା, ଆଉ ଶିକ୍ଷା ଦିଆଯାଇଛି ବୋଲି କହିଥିଲେ।

ତେବେ କଂଗେସ ସାଂସଦ ଥରୁର ଅପରେସନ୍ ସିନ୍ଦୁର ପାଇଁ ତାଙ୍କର ସମର୍ଥନ ବିଷୟରେ ବେଶ୍ ସ୍ପଷ୍ଟ ଭାବରେ କହିଆସିଛନ୍ତି। ପୂର୍ବରୁ ଅପରେସନ୍, ନାମ ଏବଂ ଏହାର ପ୍ରତିଛବିକୁ ନେଇ ପ୍ରଶଂସା କରିଥିଲେ। ସେ ଅପରେସନ୍ ସିନ୍ଦୁରକୁ ଏକ ଉଜ୍ଜ୍ୱଳ ନାମ ବୋଲି କହିଥିଲେ। ଆହୁରି ମଧ୍ୟ ଏହା ଆମର ଜାତୀୟ ଚେତନାରେ ସଜ୍ଜିତ ହୋଇଥିବା ନବବିବାହିତ ବଧୂର ପ୍ରତିଛବିକୁ ଉଜାଗର କରିଥାଏ, ଯିଏ ପହଲଗାମ କାଣ୍ଡରେ ନିଜ ସ୍ବାମୀଙ୍କୁ ହରାଇଥିଲେ ବୋଲି ମାନ୍ତବ୍ୟ ରଖିଥିଲେ ଥରୁର। ଆଉ ଏବେ ପାକିସ୍ତାନର ଏଭଳି ପଦକ୍ଷେପକୁ କଡ଼ା ନିନ୍ଦା କରିଛନ୍ତି।

Comments are closed.