Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଇତିହାସର ଏହି ୫ଜଣଙ୍କୁ ଶାସ୍ତ୍ରୀ କହିଲେ ଶ୍ରେଷ୍ଠ

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର, କୋଚ ତଥା ଭାଷ୍ୟକାର ରବି ଶାସ୍ତ୍ରୀ ଏହି ୫ଜଣଙ୍କୁ ଭାରତର ମହାନ ଖେଳାଳି ବୋଲି କହିଛନ୍ତି । ଭାରତୀୟ କ୍ରିକେଟର ୯୩ ବର୍ଷର ଇତିହାସରେ ଏହି ୫ଜଣଙ୍କ ଯୋଗଦାନ ସର୍ବଦା ମନେ ପକାଯିବ । ସୁନୀଲ ଗାଭାସ୍କର, କପିଳ ଦେବ, ସଚିନ ତେନ୍ଦୁଲକର, ଏମଏସ ଧୋନୀ ଓ ବିରାଟ କୋହଲି ଭାରତୀୟ କ୍ରିକେଟର ମହାନ ଖେଳାଳି ବୋଲି ଶାସ୍ତ୍ରୀ କହିଛନ୍ତି । କପିଳଦେବ ଓ ଧୋନୀ ଭାରତକୁ ବିଶ୍ୱକପ ହାତେଇବାର ସ୍ୱାଦ ଚଖାଇଛନ୍ତି । ଭାରତୀୟ ପ୍ରଶଂସକ ଏମାନଙ୍କ ଯୋଗୁ ଆଇସିସି ଟ୍ରଫି ଜିତିବା ମଜା କଣ ଜାଣି ପାରିଛନ୍ତି ।

ଗାଭାସ୍କର, ତେନ୍ଦୁଲକର ଓ କୋହଲି ଅଧିନାୟକ ଅପେକ୍ଷା ସେମାନଙ୍କ ବ୍ୟାଟିଂ ବଳରେ ଭାରତର ମାନ ବଢ଼ାଇଛନ୍ତି । ଏହି ୩ଜଣଙ୍କ ପ୍ରଦର୍ଶନକୁ ମିଶାଇ ଦିଆଗଲେ ବିଶ୍ୱର କୌଣସି ଟିମ ସେମାନଙ୍କ ସମକକ୍ଷ ହୋଇପାରିବେ ନାହିଁ । କ୍ରିକେଟ ପ୍ରତି ପାଗଳାମୀ ଏମାନଙ୍କ ଯୋଗୁ ବଢ଼ିଛି । ୭୦ରୁ ୮୦ ଦଶକରେ ଗାଭାସ୍କରଙ୍କ ବ୍ୟାଟିଂ, ୮୦ ଦଶକରେ କପିଳଦେବଙ୍କ ଅଲରାଉଣ୍ଡର ଦକ୍ଷତା ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଇଥିଲା । ୯୦ ଦଶକରେ ସଚିନ ଏବଂ ଏକବିଂଶ ଶତାବ୍ଦୀରେ ଧୋନୀ ଓ କୋହଲି ଭାରତୀୟ କ୍ରିକେଟପ୍ରେମୀଙ୍କ ସ୍ୱନ୍ଦନ ପାଲଟି ଯାଇଥିଲେ ବୋଲି ସେ କହିଛନ୍ତି ।

Comments are closed.