ପୁଣିଥରେ ଅଡୁଆରେ ଫସିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ଯାତ୍ରା ପାର୍ଟିରେ ସେ ବିବାଦୀୟ ମାଲିକ ଭାବେ ବେସ ପରିଚିତ । କୌଣସି ନା କୌଣସି କାରଣକୁ ନେଇ ସେ ସବୁବେଳେ ଭିନ୍ନ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ ବିବାଦ ଘେର ଭିତରକୁ ଫସିଯାଇଛନ୍ତି ନାଣ୍ଡୁବାବୁ । ତାଙ୍କ ଯାତ୍ରୀପାର୍ଟି ଷ୍ଟେଜରେ ଦେଖିବାକୁ ମିଳିଛି ଅଜଗର ସାପ । ଏଇ ବୋଧେ ଶେଷ ଦେଖା ନାଟକରେ ଅଭିନେତାଙ୍କ ହାତରେ ସାପ ଦେଖିଛନ୍ତି ଦର୍ଶକ । ନିଜ ଅଭିନୟ ଦ୍ୱାରା ଅଭିନେତ୍ରୀ ଓ ଅନ୍ୟ ଅଭିନେତାଙ୍କୁ ସାପ ଧରିବା ପାଇଁ କଳାକାର ସାଇ କହୁଛନ୍ତି । ସାପକୁ ହାତରେ ଗୁଡାଇ ସଂଳାପ ମଧ୍ୟ କରୁଛନ୍ତି ଅଭିନେତା ସାଇ । ନାଣ୍ଡୁବାବୁଙ୍କ ଯାତ୍ରାର ଫାଇନାଲ ରିହରସେଲରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଚକ୍କିତ କରିଥିଲା । ତେବେ ଯାତ୍ରୀ ମଞ୍ଚରେ ସାପ ଧରି ଅଭିନୟ କରିବା କେତେଦୂର ଠିକ । ଆଇନ ବାହାରେ ଏହି କାମ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠିଛି ସାପଟି କେଉଁଠୁ ଆସିଲା । ଆଉ ଏହାକୁ କିଏ ପୋଷା ମନେଇଛି ବୋଲି ପ୍ରଶ୍ନ ଉଠିଛି ।
କଳା ଏବଂ କଳାକାରଙ୍କ ଅଭିନୟକୁ ଲୋକ ପସନ୍ଦ କରନ୍ତି । ହେଲେ ଏହାର ଅର୍ଥ ନୁହେଁ କଳା ପାଇଁ ଜଙ୍ଗଲ ଜନ୍ତୁଙ୍କୁ ଲୋକଙ୍କୁ ଆଣି ଆମ୍ଭେ ଦେଖାଇବା । ଆଗରୁ ହିରୋଇନ ସୋନାଲିଙ୍କ ପାଇଁ ବଦନାମ ହୋଇଥିଲେ ନାଣ୍ଡୁ ବାବୁ । ସୋନାଲିଙ୍କୁ ନାଣ୍ଡୁ ବାବୁ ଜବରଦସ୍ତି ତାଙ୍କ ପାର୍ଟିରେ ରଖିଛନ୍ତି ବୋଲି ସ୍ୱାମୀ ଶ୍ରୀକ୍ଷେତ୍ର ଅଭିଯୋଗ କରିଥିଲେ । ବିବାଦ କିଛିଦିନ ଲାଗିବା ପରେ ସୋନାଲି ତାଙ୍କ ସ୍ୱାମୀଙ୍କ ପାଖକୁ ଫେରିଯାଇଥିଲେ । ସେହି ବିବାଦ ଥମିବା ପରେ ନାଣ୍ଡୁବାବୁ ପୁଣିଥରେ ବଦନାମ ହୋଇଛନ୍ତି । ଷ୍ଟେଜରେ ସାପ ରଖିବାରୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହିଛନ୍ତି । ସାପକୁ ଷ୍ଟେଜରେ ଦେଖାଇବା କେବେ ବି ଠିକ ନୁହେଁ । ହେଲେ ନାଣ୍ଡୁ ବାବୁ କେମିତି ଏତେବଡ ସାହସ କଲେ ବୋଲି ପ୍ରଶ୍ନ ଉଠିଛି । ତୁରନ୍ତ ଏହି ଘଟଣାରେ ନାଣ୍ଡୁ ବାବୁ ଏହାର ଜବାବ ଦେବା ସହ ଏଭଳି ସୋ କରି କାହାକୁ ଭୟଭୀତ କରନ୍ତୁ ନାହିଁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି । ବ୍ୟୁରୋ ରିପୋର୍ଟ ଓଡିଶା ସମ୍ବାଦ
BREAKING NEWS
- ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଅଭିନେତା ନାନା ପାଟେକର
- ଦଶହରାରେ ଲଘୁଚାପ ଆଶଙ୍କା: ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଛାତ୍ର ସଂସଦ ନିର୍ବାଚନ କାଉଣ୍ଟଡାଉନ, ଆଜି ଦାଖଲ ହେବ ପ୍ରାର୍ଥିପତ୍ର
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !

Comments are closed.