Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜହିର, ବାପା ଶତ୍ରୁଘ୍ନ କହିଲେ ‘ଯୋଡି ସଲାମତ ରହେ’

ମୁମ୍ବାଇ: ବହୁ ଚର୍ଚ୍ଚାରେ ଲାଗିଛି ବିରାମ । ଏକ ହୋଇଛନ୍ତି ଚର୍ଚ୍ଚିତ ପ୍ରେମୀଯୁଗଳ । ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଷ୍ଟାର ସୋନାକ୍ଷୀ ସିହ୍ନା ଓ ଜହିର ଇକବାଲ । ସୋନାକ୍ଷୀ-ଜହିର ରବିବାର ସନ୍ଧ୍ୟାରେ ଅର୍ଥାତ୍ ୨୩ ଜୁନ୍ ୨୦୨୪ ରେ କୋର୍ଟ ମ୍ୟାରେଜ୍ କରିଛନ୍ତି। ଯାହା ପରେ ସୋସିଆଲ ମିଡିଆରେ ଏବେ ଜୋର ଧରିଛି ଟ୍ରେଣ୍ଡ । ଦମ୍ପତିଙ୍କ ବିବାହ ଓ ୱେଡିଂ ରିସେପ୍ସନର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭରି ଭରି ସୋନାଙ୍କ ଫ୍ୟାନ୍ସ ବିବାହ ମୋମେଣ୍ଟକୁ ପ୍ରଶଂସା କରୁଛନ୍ତି ।

ମୁମ୍ବାଇର ବାନ୍ଦ୍ରା ଆପାର୍ଟମେଣ୍ଟରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି ସୋନାକ୍ଷୀ ଓ ଇକବାଲ । ବିବାହ ପରେ ଦାଦର ବସ୍ତିଆନ୍ ଠାରେ ଏକ ବିଶାଳ ରିସେପ୍ସନ୍ ଆୟୋଜନ କରିଥିଲେ ଦମ୍ପତି |ଏହାରି ଭିତରେ ଭେଟେରାନ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ନବ ବିବାହିତ ଝିଅ ସୋନାକ୍ଷୀ ସିହ୍ନା ଏବଂ ଜ୍ବାଇଁ ଜହିର ଇକବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହିତ ଏକ ସାକ୍ଷାତକାରରେ ତାଙ୍କୁ କିପରି ଅନୁଭବ ହେଉଛି ବୋଲି ପଚରା ଯିବାରୁ ସେ କହିଛନ୍ତି, ଏହା କ’ଣ ଗୋଟେ ପଚାରିବାର କଥା, ପ୍ରତ୍ୟେକ ପିତା ଏହି ମୁହୂର୍ତ୍ତ ପାଇଁ ଉତ୍ସାହିତ ରହିଥାନ୍ତି । କେବେ ତାଙ୍କ ଝିଅର ଉପଯୁକ୍ତ ପୁଅ ସହ ବିବାହ ହେବ । ମୋ ଝିଅ ଜହିର ସହ ବେଶ୍ ଖୁସି ନଜର ଆସିଥାଏ ବୋଲି ଶତ୍ରୁଘ୍ନ କହିଛନ୍ତି । ସେମାନଙ୍କ ଯୋଡି ସବୁବେଳେ ସୁରକ୍ଷିତ ରହୁ ବୋଲି ସେ ଆଶିର୍ବାଦ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ୪୪ ବର୍ଷ ପୂର୍ବେ ଶତ୍ରୁଘ୍ନ ସିହ୍ନା ତାଙ୍କ ନିଜ ପସନ୍ଦର ଝିଅ ପୁନମ ସିହ୍ନାକୁ ବିବାହ କରିଥିଲେ, ଆଉ ଏବେ ତାଙ୍କ ଝିଅ ସୋନାକ୍ଷୀଙ୍କ ପାଳି, ସେ ଏବେ ତାଙ୍କ ନିଜ ପସନ୍ଦର ପୁଅକୁ ବିବାହ କରିଛନ୍ତି ।

Comments are closed.