Latest Odisha News

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେହବାଜ ସରିଫ୍

ଇସଲାମାବାଦ :  ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେହବାଜ ସରିଫ୍ । ଇମ୍ରାନ ଖାନ ସରକାର ଭୁଶୁଡିବା ପରେ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଆଜି ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ଶେହବାଜ ସରିଫ ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ପିଏମଏଲ-ଏନ ନେତା ଶେହବାଜ ସରିଫ୍ । ପ୍ରଧାନମନ୍ତ୍ରୀ ରେସରୁ ଶାହା ମହମ୍ମଦ କୁରେସୀ ଓହରିବା ପରେ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା ।

BjdElectrycity

ଇମ୍ରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଶାହା ମହମ୍ମଦ କୁରେଶୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ହେଲେ ମତଦାନ ପୂର୍ବରୁ ସେ ପ୍ରାର୍ଥୀ ପତ୍ର ଫେରାଇ ନେଇଥିଲେ । କୁରେସୀ ରେସରୁ ଓହରିବା ପରେ ପିଏମଏଲ ଏନ୍ ନେତା ଶେହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ସେପଟେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପକ୍ରିୟାରେ ଅଂଶଗ୍ରହଣ କରିନଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ନିଜ ସାଂସଦ ଓ ସମର୍ଥକଙ୍କୁ ଧରି ସଂସଦକୁ ବୟେକଟ କରିଥିଲେ ଇମ୍ରାନ୍ ଖାନ୍ । ଏବଂ ଇମ୍ରାନ କହିଥିଲେ ସଂସଦରେ ନିର୍ବାଚନ ପକ୍ରିୟାକୁ ଆମେ ବହିଷ୍କାର କରୁଛୁ । କୌଣସି ପରିସ୍ଥିତିରେ ବି ଆମେ ସଂସଦରେ ଉପସ୍ଥିତ ରହିବୁ ନାହିଁ ବୋଲି ଇମ୍ରାନ କହିଥିଲେ । ଯିଏ ପ୍ରଧାମନ୍ତ୍ରୀ ହେଉଛନ୍ତି ତାଙ୍କ ନାଁରେ ଦୁର୍ନିତ ମାମଲା ରହିଛି ।

ସେ ଯଦି ପ୍ରଧାମନ୍ତ୍ରୀ ହୁଅନ୍ତି ଏହା ଅତ୍ୟନ୍ତ ଲଜ୍ଜା ଜନକ ବୋଲି ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଥିଲେ । ହେଲେ ସମସ୍ତ କଳ୍ପନା ଜଳ୍ପନାର ଘଟିଲା ଅନ୍ତ ଶେଷରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେହବାଜ ଶରିଫ୍ ।

Leave A Reply

Your email address will not be published.