ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦକୁ ନେଇ ପୁଣି ଦେଖା ଦେଇଛି ଦ୍ୱନ୍ଦ୍ୱ । ପଦ ଛାଡ଼ି ପାରନ୍ତି ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ । ତାଙ୍କର ଏକ ଅଭଭାଷଣରେ ସେ ନିଜେ ଏହିକଥା କହିଛନ୍ତି । ସେ କହିଛନ୍ତି, ତାଙ୍କର ଭାଇ ତଥା ପିଏମଏଲ-ଏନ ସୁପ୍ରିମୋ ନୱାଜ ସରିଫ ସ୍ୱଦେଶ ଫେରିବା ପରେ ୪ର୍ଥ ପାଇଁ ପ୍ରଧାନମନ୍ତ୍ରୀ ହେବେ ।ଦ ନ୍ୟୁଜ ରିପୋର୍ଟ ଅନୁସାରେ, ପିଏମଏଲ-ଏନ ସେଣ୍ଟ୍ରାଲ ଜେନେରାଲ କାଉନସିଲ କହିଛି, ଏଠାରେ ଏକ ବୈଠକରେ ଦଳ ଭିତରେ ହୋଇଥିବା ଏକ ମତଦାନରେ ଆସନ୍ତା ୪ ବର୍ଷ ପାଇଁ ଶାହବାଜ ଦଳର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।
ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶାହବାଜ କହିଛନ୍ତି, ସେ ବିଦେଶରୁ ଫେରବା ପରେ ନବାଜ ଶରୀଫଙ୍କୁ ପିଏମଏଲ-ଏନ ଅଧ୍ୟକ୍ଷ ପଦ ଦାୟିତ୍ୱ ଦେବେ । ଶାହବାଜ କହିଚନ୍ତି,ନୱାଜ ସରିଫ ଆଧୁନିକ ପାକିସ୍ତାନର ନିର୍ମାତା । ସେ ତାଙ୍କ କାର୍ଯ୍ୟକାଳ ସମୟରେ ଶକ୍ତିର ଅଭାବକୁ ଦୂର କରିପାରିଥିଲେ । ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶ କରିପାରିଥିଲେ । ସଡକ ନିର୍ମାଣଠାରୁ ଆରମ୍ଭ କରି କୃଷି, ଉଦ୍ୟୋଗ ଏବଂ ଅର୍ଥବ୍ୟବସ୍ଥା ପରି ଅନ୍ୟ ମହତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶ କରିଥିଲେ ।
ବୈଠକକୁ ସମ୍ବୋଧନ କରି ଶାହବାଜ କହିଥିଲେ, ସେ ତାଙ୍କର ବଡ ଭାଇଙ୍କ ପାକିସ୍ତାନ ଫେରିବାକୁ ଅପେକ୍ଷା କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ୨୦୧୯ ନଭେମ୍ବର ମାସରୁ ଲଣ୍ଡନରେ ନିଜକୁ ନିଜେ ନିର୍ବାସିତ କରି ଅଛନ୍ତି । ସୂଚନାଥାଉ କି, ଶାହବାଜକୁ ଦଳର ଦାୟିତ୍ୱ ନୱାଜଙ୍କୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ କରାଯିବା ପରେ ଦିଆ ଯାଇଥିଲା ।
ଶାହବାଜ ଆହୁରି କହିଛନ୍ତି, ଦଳ ପାଇଁ ଯୁବା ନେତୃତ୍ୱର ଆବଶ୍ୟକତା ରହିଛି । ଏଥିସହିତ ସେ ମରିୟମ ନବାଜଙ୍କ ପରିଶ୍ରମ ପାଇଁ ତାଙ୍କୁ ଖୁବ ପ୍ରଶଂସା ବି କରିଥିଲେ । ଶାହବାଜ କହିଥିଲେ, ସମସ୍ତେ ଦେଖିବେ, ନୱାଜ ସରିଫ ପାକିସ୍ତାନ ଫେରିବା ପରେ ରାଜନୀତିର ନକ୍ସା ବଦଳି ଯିବ । ଏବେ ଦେଶରେ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ତେଲ ଦର ଆକାଶଛୁଆଁ । ଏବେ ମିଳିତ ସରକାର ଏହି କଠିନ ସମୟକୁ ସାମ୍ନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
BREAKING NEWS
- ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ଼, ସଫେଇ ଦେଲା ଆମେରିକା…
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା, ୧୮ ଦିନରେ ଗଲାଣି ୬ ଜୀବନ…
- US Delta Force: ଏମିତି ଟ୍ରେନିଂ ନିଅନ୍ତି ଆମେରିକାର ଖତରନାକ୍ ଡେଲ୍ଟା କମାଣ୍ଡୋ…
- Actress Hina Khan: ପୁଣି ବିଗିଡ଼ିଲା ହିନା ଖାନଙ୍କ ସ୍ବାସ୍ଥ୍ୟବସ୍ଥା, ପୋଷ୍ଟ ସେୟାର କରି କହିଲେ…
- ପ୍ରଦୂଷଣ ପାଇଁ ଟ୍ୱିନ୍ ସିଟିରେ ଲାଗିଲା କଟକଣା
- Junior Fencing Championship: ଇଣ୍ଡୋର ଷ୍ଟାଡିୟମ୍ ରେ ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ ଆରମ୍ଭ
- ବିଶ୍ୱକୁ ପୁଣି ଚମକାଇବ ଡିଆରଡିଓ, ଏହି ବର୍ଷ ଉଡାଣ ଭରିବାକୁ ଯାଉଛି LCA Mk-2, ଅଧ୍ୟକ୍ଷ କହିଲେ…
- Sonia Gandhi Health: ହଠାତ୍ ବିଗିଡିଲା ସୋନୀଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟ, ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି
- banned junk food: ବ୍ୟାନ ହେଲା ପିଜା-ବର୍ଗର,ଏପରିକି ଜଙ୍କ ଫୁଡ୍ ବିଜ୍ଞାପନ ମଧ୍ୟ ଚାଲିବନି…
- Slogans Against Modi, Shah: ହେବ ମୋଦୀ-ଶାହାଙ୍କ କବର…JNUରେ ତାତିଲେ ଛାତ୍ର
Comments are closed.