Latest Odisha News

BREAKING NEWS

ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ, ନିଲମ୍ବିତ ଯୋଗାଣ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ଆୟଠୁ ଅଧିକ ୨୮୦ ପ୍ରତିଶତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଠାବ କରାଯାଇଥିବା ସମ୍ପତ୍ତି ନେଇ ବ୍ରଜେନ୍ଦ୍ର କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରି ନାହାନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ,ବ୍ରଜେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ବ୍ରଜେନ୍ଦ୍ରଙ୍କ ବିଭିନ୍ନ ସ୍ଥାନରେ ରେଡର ଦିନକ ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଛି ।

ଭୁବନେଶ୍ୱରର ରାଜାରାଣୀ କଲୋନୀରେ ୧.୪୫ କୋଟି ମୂଲ୍ୟର ତିନି ମହଲା କୋଠା, ସେହି ରାଜାରାଣୀ କଲୋନୀରେ ଆଉ ଏକ ୩ ମହଲା କୋଠା, ଗ୍ୟାରେଜ୍ ଛକରେ ତିନି ମହଲା କୋଠା, ଶିଶୁପାଳଗଡ଼ରେ ଦୁଇ ମହଲା କୋଠା, ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରେ ୨ ମହଲା କୋଠା, ପୁରୀ ନିମାପଡ଼ାରେ ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ ସହ ୧୦ଟି ଦୋକାନ ଘର ରହିଛି ।

ନିମାପଡ଼ାରେ ବ୍ରଜେନ୍ଦ୍ରଙ୍କ ରହିଛି ବଡ଼ ଫାର୍ମ ହାଉସ୍ । ଭୁବନେଶ୍ୱରରେ ୨ଟି ପ୍ଲଟ୍ ଓ ନିମାପଡ଼ାରେ ୫ଟି ପ୍ଲଟ୍. ୧.୫ କୋଟିର ବ୍ୟାଙ୍କ ଜମା, ୟୁକୋ ବ୍ୟାଙ୍କ ଲକରରେ ୬୪୪.୪୫ ଗ୍ରାମ ସୁନା ଅଳଙ୍କାର ସହ ଗୋଟିଏ ବୋଲେରୋ ଏବଂ ୩ଟି ବାଇକ୍ ରହିଛି ।

Leave A Reply

Your email address will not be published.