ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପ୍ରାୟ ଦୁଇମାସ ପରେ ଶେହେନାଜ ଗିଲ ଇନଷ୍ଟାଗ୍ରାମକୁ ଫେରିଛନ୍ତି। ସେ ଏକ ନୂଆ ପୋଷ୍ଟରେ ସିଦ୍ଧାର୍ଥଙ୍କ ଲାଗି ନିଜ ନୂଆ ଗୀତର ଘୋଷଣା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନୂଆ ପୋଷ୍ଟରେ ଦର୍ଶାଯାଇଛି ଯେ, ସିଦ୍ଧାର୍ଥ ଏବଂ ଶେହେନାଜ ବିଗ ବସରେ ଥିବା ସମୟରୁ ହସ ବାଣ୍ଟିଥିଲେ। ନିଜ ପୋଷ୍ଟ ସହ ଲେଖିଛନ୍ତି ‘ତୁ ୟହିଁ ହେ’ ଟାଇଟଲ ବିଶିଷ୍ଟ ପୋଷ୍ଟର ପୋଷ୍ଟ କରି ଶେହେନାଜ ଲେଖିଛନ୍ତି ‘ତୁ ମେରା ହେ’। ସିଦ୍ଧାର୍ଥ ଶୁକ୍ଳାଙ୍କୁ ମୋ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି ଲେଖିଛନ୍ତି। ଶେହେନାଜଙ୍କ ଏହି ଟ୍ରାକ୍ ଆଜି ରିଲିଜ୍ ହେଉଛି।
ସିଦ୍ଧାର୍ଥଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିଲା। ଯେତେବେଳେ ସେମାନେ ‘ବିଗବସ୍’ରେ ଥିଲେ ସେତେବେଳେ ସେ ଆଉ ଶେହେନାଜ ନିକଟତର ହୋଇଥିଲେ। ପରେ ସିଦ୍ଧାର୍ଥ ସେହି ସିଜିନରେ ବିଜୟୀ ହୋଇଥିଲେ।
Comments are closed.