Latest Odisha News

BREAKING NEWS

ଆତଙ୍କବାଦୀ ସହ ଇସଲାମର ନାହିଁ କୌଣସି ସମ୍ପର୍କ, ଧର୍ମର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ଆତଙ୍କ: ଅଲ-ଇସା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ଭାରତରେ ୟୁନିଫର୍ମ ସିଭିଲ କୋଡ ଉପରେ ଜୋରଦାର ଆଲୋଚନା ଚାଲିଛି। ଏହାରି ଭିତରେ ସାଉଦି ଆରବର ପୂର୍ବତନ ଆଇନ ମନ୍ତ୍ରୀ ତଥା ସଲିମ ୱାର୍ଲ୍ଡ ଲିଗର ସେକ୍ରେଟେରୀ ଜେନେରାଲ୍ ଶେଖ ଡ. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଭାରତ ଗସ୍ତରେ ଅଛନ୍ତି। ଭାରତରେ ରହୁଥିବା ମୁସଲମାନମାନେ ସେମାନଙ୍କ ସମ୍ବିଧାନ ପାଇଁ ଗର୍ବିତ। ଅନ୍ୟ ଧର୍ମର ଲୋକଙ୍କ ସହ ତାଙ୍କର ଭାଇଚାରା ସମ୍ପର୍କ ରହିଛି। ଯଦିଓ କିଛି କ୍ଷେତ୍ରରେ ମତଭେଦ ଥାଇପାରେ କିନ୍ତୁ ଭାଇଚାରା ଏବଂ ପ୍ରେମର ଢାଞ୍ଚା ସମ୍ବିଧାନ ଅନୁଯାୟୀ ଆଲୋଚନା ହେବା ଉଚିତ୍ ବୋଲି କହିଛନ୍ତି ଅଲ-ଇସା।

ଅଲ-ଇସା ଆତଙ୍କବାଦୀ ସଂଗଠନକୁ ସମାଲୋଚନା କରି କହିଛନ୍ତି ଯେ ଆତଙ୍କବାଦୀ ଧର୍ମର ଭାବମୂର୍ତ୍ତିକୁ ଅପବିତ୍ର କରୁଛନ୍ତି। ଇସଲାମ ଏବଂ ଆତଙ୍କବାଦ ପରସ୍ପର ସହିତ କୌଣସି ସମ୍ପର୍କ ନାହିଁ। ଆତଙ୍କବାଦୀ ସଂଗଠନ ନିଜ ବ୍ୟତୀତ ଅନ୍ୟ କାହାକୁ ପ୍ରତିନିଧିତ୍ୱ କରନ୍ତି ନାହିଁ। ସେମାନଙ୍କର କୌଣସି ଧର୍ମ କିମ୍ବା ଦେଶ ନାହିଁ। ଆମେ ଏହି ଚିନ୍ତାଧାରାର ସାମ୍ନା କରୁ ଏବଂ ମୁକାବିଲା କରି ଦୁନିଆକୁ ସତ୍ୟ ଉପସ୍ଥାପନ କରୁ।

ମୌଳିକତା ସହ ମୁକାବିଲା କରିବାରେ ଧାର୍ମିକ ନେତାମାନେ କେଉଁ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଏକ ପ୍ରଶ୍ନ ଉପରେ ଶେଖ ଅଲ-ଇସା କହିଛନ୍ତି ଯେ ମୌଳିକତା ସହ ମୁକାବିଲା କରିବାରେ ଧାର୍ମିକ ନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ଏଥିରେ କୌଣସି ସନ୍ଦେହ ନାହିଁ। ସେମାନେ ସମ୍ପ୍ରଦାୟ ମଧ୍ୟରେ ସଚେତନତା ବିସ୍ତାର କରିବା ଉଚିତ୍। ଭାରତ ଗସ୍ତରେ ଆସିଥିବା ଅଲ-ଇସା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବହୁ ବିଜେପି ନେତା ତଥା ଧାର୍ମିକ ନେତାଙ୍କୁ ଭେଟିଛନ୍ତି। ଏକ ସମ୍ବୋଧନରେ ସେ ଭାରତୀୟ ଗଣତନ୍ତ୍ରକୁ ବହୁତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମୁଁ ଭାରତୀୟ ଗଣତନ୍ତ୍ରକୁ ସାଲୁଟ କରୁଛି କାରଣ ଭାରତ ବିଶ୍ୱକୁ ଭାଇଚାରା ଶିକ୍ଷା ଦେଇଛି।

ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଶେଖ ମହମ୍ମଦ ବିନ୍ ସଲମାନଙ୍କ ନିକଟତର। ସେ ସାଉଦି ଆରବରେ ଅନେକ ପରିବର୍ତ୍ତନ କରିଛନ୍ତି। ଧାର୍ମିକ ସାମ୍ମୁଖ୍ୟରେ ସେ ଧାର୍ମିକ ନେତାମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ। ସେ କହିଛନ୍ତି ଯେ ଆମକୁ ପରବର୍ତ୍ତୀ ପିଢିକୁ ବଞ୍ଚାଇବା ଏବଂ ମାର୍ଗଦର୍ଶନ କରିବା ଆବଶ୍ୟକ। ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ କମ୍ ଯୋଗାଯୋଗ ହୁଏ, ଭୁଲ ବୁଝାମଣା ହୁଏ। ଏଭଳି ପରିସ୍ଥିତିରେ ଆଲୋଚନା ପାଇଁ ବାଟ ଖୋଲିବାର ଆବଶ୍ୟକତା ଅଛି। ଏହି ସମ୍ପ୍ରଦାୟର ସଂଘର୍ଷକୁ ଏଡାଯାଇପାରିବ। ଆମ ପିଲାଦିନରୁ ଆମକୁ ପରବର୍ତ୍ତୀ ପିଢିକୁ ଭଲ ମାର୍ଗଦର୍ଶନ ଦେବା ଆବଶ୍ୟକ। ଅଲ-ଇସା କହିଛନ୍ତି ଯେ ଧାର୍ମିକ ବିବାଦ ବିରୁଦ୍ଧରେ ଠିଆ ହେବାକୁ ପଡିବ, ଏଥିରୁ ମୌଳିକତା ବାହାରିପାରିବ ନାହିଁ।

Leave A Reply

Your email address will not be published.