Latest Odisha News

BREAKING NEWS

କି ପ୍ଲାନ୍ କରୁଛନ୍ତି ଶେଖ୍ ହସିନା?

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଅବସର ଘୋଷଣା

ପରଦା ପଛରେ ଜାତୀୟ ପାର୍ଟିକୁ ସମର୍ଥନ

ଭାରତରେ ବସି କି ପ୍ଲାନ୍ କରୁଛନ୍ତି ହସିନା?

ୟୁନୁସଙ୍କୁ ମାତ ଦେବାକୁ ଶେଷ ମୁହୂର୍ତ୍ତରେ ଖେଳିବେ କି ବଡ଼ ଗେମ୍?

ଗୋଟିଏ ପଟେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ରାଜନୀତିରୁ ସନ୍ୟାସ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ ତାଙ୍କ ଦଳ, ଆୱାମୀ ଲିଗ୍, ଆଗାମୀ ସାଧାରଣ ନିର୍ବାଚନରେ ପରଦା ପଛରେ ଜାତୀୟ ପାର୍ଟିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଜାତୀୟ ପାର୍ଟି ପୂର୍ବରୁ ଆୱାମୀ ଲିଗ୍ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଛି। ଆୱାମୀ ଲିଗ୍ ଜାତୀୟ ପାର୍ଟି ମାଧ୍ୟମରେ ବାଂଲାଦେଶରେ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି। ବାଂଲାଦେଶରେ ଫେବୃଆରୀ ୧୨ ତାରିଖରେ ୩୦୦ ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ସରକାର ଗଠନ ପାଇଁ ୧୫୧  ଆସନ ଆବଶ୍ୟକ। ନିର୍ବାଚନରେ ଜାତୀୟ ପାର୍ଟି ଅନେକ ଆୱାମୀ ଲିଗ୍ ନେତାଙ୍କୁ ବିପୁଳ ସଂଖ୍ୟାରେ ଟିକେଟ୍ ମଧ୍ୟ ଦେଇଛି। ସେମାନଙ୍କ ମଧ୍ୟରେ ଇଲିଆସ୍ ହୁସେନ୍ ଏବଂ ତାରେକ୍ ଶାମ୍ସ ପ୍ରମୁଖ।

ଶେଖ ହାସିନାଙ୍କ ପୁଅ ସାଜିଦ ୱାଜିଦ ତାଙ୍କ ମାଆ ହସିନା ଅବସର ନେଇ ଚିନ୍ତା କରୁଥିବା କହିଛନ୍ତି। ସେ କହିଛନ୍ତି, “ମୋ ମାଆ ପୂର୍ବରୁ ନିର୍ବାଚନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶରେ ଶେଖ ହାସିନାଙ୍କ ଯୁଗ ଶେଷ ହୋଇଯାଇଛି। ମୋ ମାଆ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ଏହି ନିଷ୍ପତ୍ତି ନେଇଥିଲେ।”। ପୁଅ ୱାଜିଦଙ୍କ ଅନୁସାରେ, ଶେଖ ହାସିନାଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନିଷ୍ପତ୍ତି ନିଆଯାଇନାହିଁ। ତାଙ୍କର ପ୍ରସ୍ଥାନ ଆୱାମୀ ଲିଗର ନେତୃତ୍ୱକୁ ପ୍ରଭାବିତ କରିବ ନାହିଁ। ଆୱାମୀ ଲିଗ୍ ବାଂଲାଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ। ଏହା ୭୦ ବର୍ଷ ଧରି କ୍ଷମତାରେ ଅଛି। ମୋ ମାଆଙ୍କ ସହିତ କିମ୍ବା ତାଙ୍କ ବିନା, ଦଳ ଜାରି ରହିବ।” କେହି ଚିରକାଳ ପାଇଁ ସ୍ଥାୟୀ ରହିବେ ନାହିଁ ବୋଲି ତାଙ୍କ ପୁଅ କହିଛନ୍ତି।ଶେଖ ହାସିନା ନିର୍ବାଚନ ପୂର୍ବରୁ ଏହା ଘୋଷଣା କରିପାରନ୍ତି। ଏହା ମାଧ୍ୟମରେ ସେ ତାଙ୍କ ଭୋଟରଙ୍କ ସହ ଭାବପ୍ରବଣ ଭାବରେ ଯୋଡ଼ି ହେବାକୁ ଚେଷ୍ଟା କରୁଛନ୍ତି।

ହେଲେ ଏହାରି ଭିତରେ ଜାତୀୟ ପାର୍ଟିକୁ ପରଦା ପଛରେ ଆୱାମୀ ଲିଗ୍ ସମର୍ଥନ ଅନେକ ସନ୍ଦେହ ସୃଷ୍ଟି କରିଛି। ବାଂଲାଦେଶରେ ଆୱାମୀ ଲିଗକୁ ନିର୍ବାଚନ ଲଢ଼ିବା ପାଇଁ ନିଷେଧ କରାଯାଇଛି। ନଭେମ୍ବରରେ ପ୍ରଥମ ଆଲୋ ଦ୍ୱାରା କରାଯାଇଥିବା ଏକ ସର୍ଭେରେ କୁହାଯାଇଥିଲା ଯେ ୨୬ ପ୍ରତିଶତ ଲୋକ ଚାହାଁନ୍ତି ଯେ ଆୱାମୀ ଲିଗକୁ ବାଂଲାଦେଶରେ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଉ। ଏହାର ଅର୍ଥ ହେଉଛି ଆୱାମୀ ଲିଗର ବାଂଲାଦେଶରେ ଏବେ ବି ସମର୍ଥକ ଅଛନ୍ତି। ବାଂଲାଦେଶରେ ଏହି ନିର୍ବାଚନ ବିଏନପି ଏବଂ ଜମାତ ମେଣ୍ଟ ମଧ୍ୟରେ ହୋଇଛି। ଉଭୟ ମେଣ୍ଟ ଶେଖ ହାସିନାଙ୍କ ବିରୋଧୀ। ଆଉ ଏହି ସମୟରେ ହାସିନାଙ୍କ ଦଳ ଏକ ତୃତୀୟ ଗୋଷ୍ଠୀ, ଜାତୀୟ ପାର୍ଟିକୁ ସମର୍ଥନ ଦେଉଥିବା କୁହାଯାଉଛି। ଯଦି ଶେଖ ହସିନାଙ୍କ ସମର୍ଥନ ସହିତ ଜାତୀୟ ପାର୍ଟି କିଙ୍ଗମେକରର ଭୂମିକା ଗ୍ରହଣ କରେ, ତେବେ ଆଗାମୀ ଦିନରେ ଆୱାମୀ ଲିଗ ପାଇଁ ଢାକା ଯିବାର ପଥ ସହଜ ହୋଇପାରେ।

Leave A Reply

Your email address will not be published.