Latest Odisha News

BREAKING NEWS

ଡାଇମଣ୍ଡ ଲିଗ: ରେକର୍ଡ ଟାଇମିଂ ସହ ସ୍ୱର୍ଣ୍ଣ ଜିତିଲେ ୫ ବର୍ଷୀୟ ସନ୍ତାନର ମାଆ ଫ୍ରେଜର

ପ୍ୟାରିସ: ଡାଇମଣ୍ଡ ଲିଗ ଆଥଲେଟିକ୍ସ ଟୁର୍ଣ୍ଣାମେଂଟର ୧୦୦ ମିଟର ମହିଳା ରେସରେ କମାଲ କରିଛନ୍ତି ଜାମାଇକାର ଶୈଲୀ ଆନ ଫ୍ରେଜର । ୫ ବର୍ଷୀୟ ସନ୍ତାନର ମାଆ ଫ୍ରେଜର ୧୦.୬୭ ରେକର୍ଡ ଟାଇମିଂରେ ରେସ ସମ୍ପୂର୍ଣ୍ଣ କରିଥିଲେ । ସେ ୨ ଥର ଅଲିମ୍ପିକ ଚାମ୍ପିୟନ ଏଲେନ ଥମ୍ପସନଙ୍କ ରେକର୍ଡକୁ ବି ପଛରେ ପକାଇ ଦେଇଛନ୍ତି । ଡାଇମଣ୍ଡ ଲିଗର ପରବର୍ତୀ ମୁକାବିଲା ସ୍ୱୀଡେନର ଷ୍ଟକହୋମରେ ହେବ । ୩୫ ବର୍ଷୀୟା ଫ୍ରେଜର ଫିଟନେସ ଓ ସ୍ପିଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ସେହିପରି ୩୦୦୦ ଷ୍ଟିପେଲଚେଜରେ ବାହାରିନର ୱିନଫ୍ରେଡ ୟାବୀ ୮ ମିନିଟ ୫୬.୫୬ ସେକେଣ୍ଡରେ ବ୍ୟକ୍ତିଗତ ରେକର୍ଡ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ପୁରୁଷ ୨୦୦ ମିଟର ଦୌଡରେ ଦକ୍ଷିଣ ଆଫ୍ରିକାର ଲକ୍ସେଲୋ ଆଡମ୍ସ ୧୯.୮୨ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ୧୦୦ ମିଟର ହର୍ଡଲ୍ସରେ ଚେକ ରିପବ୍ଲିକର ଆଲେକଜାଣ୍ଡର ଓଗାଣ୍ଡୋ (୨୦.୦୩ ସେକେଣ୍ଡ) ଓ ୧୦୦ ମିଟରରେ ନାଇଜେରିଆର ଟୋବି ଅମୁସନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Leave A Reply

Your email address will not be published.