Latest Odisha News

BREAKING NEWS

ସେଲଟର୍ ହୋମ୍ ଯୌନଶୋଷଣ ମାମଲା: ଫୟାଜ୍ ରେହମାନଙ୍କ ବିରୋଧରେ ପୋଲିସର ଚାର୍ଜସିଟ୍ ଦାଖଲ

ଢେଙ୍କାନାଳ : ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସଂସ୍ଥା ଦ୍ୱାରା ପରିଚାଳିତ ଢୋଙ୍କାନାଳ ଉପକଣ୍ଠସ୍ଥ ଏକ ସେଲଟର୍ ହୋମ୍ ଯୌନ ନିର‌୍ୟାତନା ମାମଲାରେ ଢେଙ୍କାନାଳ ସଦର ପୋଲିସ୍ ସଂସ୍ଥାର ନିର୍ଦ୍ଦେଶକ ଫୟାଜ୍ ରେହମାନଙ୍କ ନାମରେ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।

ଏହି ଚାର୍ଜସିଟରେ ସେଲଟର୍ ହୋମ ଇନଚାର୍ଜ ସୀମାଞ୍ଚଳ ନାୟକଙ୍କ ନାମ ମଧ୍ୟ ରହିଛି।

ଆଶ୍ରମ ଅନ୍ତେବାସୀଙ୍କୁ ଯୌନ ନିର‌୍ୟାତନା ଏବଂ ଧର୍ମାନ୍ତରୀକରଣ ଭଳି ସଙ୍ଗୀନ ଅଭିଯୋଗକୁ ଭିତ୍ତି କରି ପୋଲିସ ପୋସ୍କୋ ଆଇନ ଅଧିନିୟମରେ ଧାରା ୩୫୪ (ଏ) ଆଧାରରେ ଏକ ଚାର୍ଜସିଟ୍ ଦାଖଲ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଅଭିଯୁକ୍ତ ରେହମାନଙ୍କ ବିରୋଧରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ତଥା ସେଲଟର ହୋମ୍ ଅନ୍ତେବାସୀଙ୍କ ତରଫରୁ ସଦର ପୋଲିସ ନିକଟରେ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ଧାରା ୫୩୭, ୫୩୯ ଏବଂ ୫୪୦ ଦାଏର କରାଯାଇଥିଲା ।

Leave A Reply

Your email address will not be published.