Latest Odisha News

BREAKING NEWS

ଅଡୁଆରେ ଶାର୍ଲିନ, ଆଗୁଆ ଜାମିନ ଆବେଦନ ଖାରଜ

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣଗ୍ରାଫି କେସରେ ମଡେଲ ଶାର୍ଲିନ ଚୋପ୍ରା ଅଡୁଆରେ ପଡି ଯାଇଛନ୍ତି । ଗିରଫ ହେବା ଭୟରେ ସେ ମୁମ୍ବାଇ ସେସନ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛି । ସୂଚନାଯୋଗ୍ୟ, ୨୦୨୧ରେ ରାଜକୁନ୍ଦ୍ରାଙ୍କ ବିରୋଧରେ ଶାର୍ଲିନ ଏଫଆଇଆର ରୁଜୁ କରିଥିଲେ ।

ରାଜ ତାଙ୍କୁ ଘରେ ପଶି ଜୋର ଜବରଦସ୍ତ କିସ କରିଥିଲେ ବୋଲି ସେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ତାଙ୍କ ବୟାନ ରେକର୍ଡ ପାଇଁ କ୍ରାଇମବ୍ରାଂଚ ତଲବ କରିଛି ।

Comments are closed.