Latest Odisha News

BREAKING NEWS

କ୍ରିକେଟରଙ୍କ ପତ୍ନୀ ବି ନିଅନ୍ତି ଡ୍ରଗ୍ସ!

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯୋଡି ହୋଇଛି । ଏହି ଘଟଣାରେ ଏନସିବି ବହୁ ନାମୀଦାମୀ କଳାକାରଙ୍କୁ ସମନ୍ ମଧ୍ୟ କରୁଛି । ଯାହାକୁ ନେଇ ପୂରା ବଲିଉଡ କଳାକାରଙ୍କ ମଧ୍ୟରେ ଛନକା ପଶିଛି ।

ଏଭଳି ସମୟରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ଶାର୍ଲିନ ଚୋପଡା ଜାତୀୟ ଗଣମାଧ୍ୟମ ଏବିପିରେ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରୁଛି । ଏକ ସାକ୍ଷାତକାରରେ ସେ ବଲିଉଡର ସୁପରଷ୍ଟାର ଓ କ୍ରିକେଟରଙ୍କ ପତ୍ନୀ ମାନେ ମଧ୍ୟ ଡ୍ରଗ୍ସ ନେଉଥିବା ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, “ଏନସିବି ନିଜ କାମ ଠିକ୍ ଭାବେ କରୁଛି । ମୁଁ କେକେଆରର ମ୍ୟାଚ୍ ଦେଖିବା ପାଇଁ କୋଲାକାତା ଯାଇଥିଲି । ସେଠାରେ ମ୍ୟାଚ୍ ପରେ ଏକ ପାର୍ଟି ହୋଇଥିଲା । ସେଠି ସବୁ ବଲିଉଡ ସେଲିବ୍ରିଟି ଓ କ୍ରିକେଟରର୍ସ ମାନେ ମିଶି ଖୁବ୍ ନାଚିଥିଲେ । ମୁଁ ବି ସେମାନଙ୍କ ସହ ମିଶି ନାଚିଥିଲି ପରେ ମୁଁ ଥକ୍କି ଯାଇ ଫ୍ରେସ୍ ହେବା ପାଇଁ ୱାସରୁମକୁ ଯାଇଥିଲି । ହେଲେ ସେଠି ଅନେକ କ୍ରିକେଟରଙ୍କ ପତ୍ନୀ ମାନେ କୋକେନ୍ ନେଉଥିବା ଦେଖିବାକୁ ପାଇଥିଲି” ।

ଅଧିକ ପଢନ୍ତୁ- ରକୁଲଙ୍କୁ ମିଳିଛି ଏନସିବି ସମନ୍‌; କାଲି ହେବେ ହାଜର

ତେବେ ଏହି ସାକ୍ଷାତକାରରେ ସେ କୌଣସି କ୍ରିକେଟର କିମ୍ବା ସେମାନଙ୍କ ପତ୍ନୀଙ୍କ ନାମ ନେଇନାହାନ୍ତି ।

Leave A Reply

Your email address will not be published.