Latest Odisha News

ଶର୍ଲିନ୍‌ଙ୍କୁ ଘାରିଲାଣି ଗିରଫ ଭୟ

ନୂଆଦିଲ୍ଲୀ: ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ଧୀରେ ଧୀରେ ବଢିଚାଲିଥିବା ବେଳେ ରାଜଙ୍କ ସହ ଯୋଡିହୋଇଥିବା ଅନ୍ୟମାନେ ମଧ୍ୟ ଗିରଫଦାରୀକୁ ଭୟ କଲେଣି। ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ବେ ଆକ୍ସ ମୁଡ୍‌ରେ ଅଛି। ଏହା ଭିତରେ ଶର୍ଲିନ୍ ଚୋପ୍ରାଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ ସାକ୍ଷ୍ୟ ଭାବରେ ଅଶ୍ଳୀଳ ଚଳଚ୍ଚିତ୍ର ରାକେଟ୍‌ରେ ନିଜର ବୟାନ ରେକର୍ଡ କରିବାକୁ ଡକାଯାଇଥିା। ତେବେ ଶର୍ଲିନ ଗିରଫଦାରୀ ଭୟରେ ମୁମ୍ବାଇ ସେସନ୍‌ କୋର୍ଟରେ ଜାମିନ ଆବେଦନ କରିଛନ୍ତି।

ସେ କୋର୍ଟଙ୍କୁ କହିଛନ୍ତି ଯେ ସେ ପୋଲିସର ତଦନ୍ତରେ ସହଯୋଗ କରିବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି କିନ୍ତୁ ଅନ୍ୟ ଅଭିଯୁକ୍ତଙ୍କ ପରି ତାଙ୍କୁ ଗିରଫ କରାଯିବା ଆଶଙ୍କା ଥିବାରୁ ସେ ପୋଲିସ ପାଖକୁ ଯିବା ପୂର୍ବରୁ କୋର୍ଟଙ୍କ ନିକଟରେ ସୁରକ୍ଷା ଲାଗି ଆବେଦନ କରିଛନ୍ତି।

Comments are closed.