Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ: ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଜିତିଲେ ପି. ଭି. ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ପି. ଭି. ସିନ୍ଧୁଙ୍କ ବିଜୟ ଅଭିଯାନ ଜାରି ରହିଛି । ମହିଳା ସିଙ୍ଗଲ୍ସର ଦ୍ୱିତୀୟ ଗ୍ରୁପ୍ ମ୍ୟାଚରେ ବିଜୟୀ ହୋଇଛନ୍ତି । ହଂକଂ ପ୍ରତିଯୋଗୀ ଚେଉଙ୍ଗ ନ୍ୟାଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତା କରିଛନ୍ତି । ଏହି ବିଜୟ ସହ ସେ ରାଉଣ୍ଡ ୧୬କୁ ଉନ୍ନୀତ ହୋଇଛନ୍ତି ।

ପ୍ରଥମ ସେଟକୁ ଖେଳ ଆରମ୍ଭର ମାତ୍ର ୧୫ ମିନିଟ ଭିତରେ ୨୧-୯ରେ ଜିତି ନେଇଥିଲେ ସିନ୍ଧୁ । ଦ୍ୱିତୀୟ ସେଟରେ ହଂକଂ ପ୍ରତିଯୋଗୀ ଲଢ଼େଇ କରିଥିଲେ । ତେବେ ଦ୍ୱିତୀୟ ସେଟକୁ ବି ନିଜ ହାତ ମୁଠାରେ ରଖିଥିଲେ ସିନ୍ଧୁ ।

ଟୋକିଓ ଅଲିମ୍ପିକ୍ସର ପ୍ରଥମ ମ୍ୟାଚରେ ଇସ୍ରାଏଲ୍ ପ୍ରତିଯୋଗୀଙ୍କୁ ପରାସ୍ତ କରିଥିଲେ । ଏହି ବିଜୟ ସହ ନକଆଉଟ୍ ରାଉଣ୍ଡ ଅଭିମୁଖେ ଅଭିଯାନ ଆରମ୍ଭ କରିଛନ୍ତି ପି. ଭି. ସିନ୍ଧୁ ।

Leave A Reply

Your email address will not be published.