Latest Odisha News

ରାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ ଅଭିନେତ୍ରୀ; ରଖିଲେ ଏଭଳି ସର୍ତ୍ତ

ନୂଆଦିଲ୍ଲୀ:ନିକଟରେ ସୋନିଆ ଗାନ୍ଧି ରାହୁଲଙ୍କ ପାଇଁ ଝିଅ ଖୋଜିବାକୁ ହରିଆନାରୁ ଆସିଥିବା ମହିଳାଙ୍କୁ କହିଥିଲେ । ଏହାପରେ ରାହୁଲଙ୍କୁ ବିବାହ ଲାଗି ରାଜି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ।   ଅଭିନେତ୍ରୀ ସର୍ଲିନ୍ ଚୋପ୍ରା  ରାହୁଲଙ୍କୁ ବିବାହ କରିବା ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି ।  ସର୍ଲିନି ବଲିଉଡର ଜଣେ ଚର୍ଚ୍ଚିତ  ଅଭିନେତ୍ରୀ  ।  ଡ୍ରେସ ପାଇଁ ହେଉ ବା ଅନ୍ୟ କିଛି  କାରଣକୁ ନେଇ ହେଉ, ସେ ସବୁବେଳେ  ଚର୍ଚ୍ଚାରେ ରହିଥାନ୍ତି । ସର୍ଲିନଙ୍କ ସହ ଅନେକ ବିବାଦ ଯୋଡି ହୋଇରହିଛି । ବହୁତ ସମୟରେ ସର୍ଲିନ୍ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏବେ ପୁଣି ଏକ ନୂଆ ବୟାନ ତାଙ୍କୁ ଚର୍ଚ୍ଚା ପରିସର ଭିତରକୁ ଟାଣି ଆଣିଛି । ତଥାପି ସେ ନିଜ ଜୀବନକୁ ବିନ୍ଦାସର ସହ ବିତାଉଛନ୍ତି ।

ଏବେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଏକ ବୟାନ ରଖିଛନ୍ତି । କହିଛନ୍ତି ଯେ, ସେ ରାହୁଲ ଗାନ୍ଧିଙ୍କୁ ବିବାହ କରିପାରିବେ ।  ଏହାପରେ ସେ ଏକ ସର୍ତ୍ତ ବି ରଖିଛନ୍ତି । ଯାହାକୁ ଜାଣି ଆପଣମାନେ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ସେ ତାଙ୍କ ବିବାହ ପରେ ତାଙ୍କର ସରେନମ୍ ଚୋପ୍ରା ହିଁ ରଖିବାକୁ ଚାହାଁନ୍ତି ବୋଲି କହିଛନ୍ତି । ସର୍ଲିନଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର୍ ଧରିଛି ।

ଅନ୍ୟ ଅଭିନେତ୍ରୀମାନେ ସର୍ଲିନଙ୍କର ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଏବଂ  କମେଣ୍ଟ ମଧ୍ୟ ଦେଉଛନ୍ତି । କିନ୍ତୁ ୟୁଜର୍ସ ମାନେ କ୍ରମାଗତ ଭାବେ ସର୍ଲିନଙ୍କ ଏଭଳି ଉତ୍ତରକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ରାହୁଲ ଗାନ୍ଧିଙ୍କ ଜୀବନ ନଷ୍ଟ କରିବା ଉଚିତ୍ ନୁହେଁ ।

ଆଉ ଜଣେ ଲେଖିଛନ୍ତି ରାହୁଲ ତୁମ ସହ କେବେ ବି ବିବାହ କରିବେ ନାହିଁ । ସର୍ଲିନଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Comments are closed.