ଭୁବନେଶ୍ବର: ଓଡ଼ିଆ ଫିଲ୍ମ ‘ଶିକାର’ ଟିଜର ହେଲା ରିଲିଜ । ନିର୍ମାତା ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ରଜ ଅବସରରରେ ଜୁନ ୧୨ରେ ଏହି ଫିଲ୍ମ ପରଦାକୁ ଆସିବ । ଏହି ଫିଲ୍ମ ମାଧ୍ୟମରେ ପରଦାକୁ ଫେରିବାକୁ ପ୍ରସ୍ତୁତ ହୋଇଛନ୍ତି ଅମ୍ଲାନ ଦାସ । ୧ ମିନିଟ୍ ୨୮ ସେକେଣ୍ଡର ଟିଜର ଆରମ୍ଭରେ ରକ୍ତାକ୍ତ ଅବସ୍ଥାରେ ଅମ୍ଲାନଙ୍କୁ ଦେଖିବାକୁ ମିଳିଛି । ଏଥିସହ ଏଲିନାଙ୍କୁ ଓକିଲ ଭୂମିକାରେ ଦେଖିବାକୁ ମିଳିବ ।
View this post on Instagram
ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ରିଲିଜ କରି ଲେଖିଛନ୍ତି, ”ପ୍ରତ୍ୟେକ ଶିକାରୀ ଅସ୍ତ୍ର ବହନ କରନ୍ତି ନାହିଁ । କେହି ଯନ୍ତ୍ରଣା ସହିତ ଶିକାର କରନ୍ତି । କେତେକ ପ୍ରେମ ସହିତ ଶିକାର କରନ୍ତି । କେତେକ ବିଶ୍ୱାସଘାତ ସହିତ ଶିକାର କରନ୍ତି । ନାୟକ ଏବଂ ଖଳନାୟକଙ୍କ ଦୁନିଆରେ, ଆପଣ କାହା ପକ୍ଷରେ ଅଛନ୍ତି ? ”
କ୍ରାଇମ, ଆକ୍ସନ ଓ ସସପେନ୍ସରେ ଭରା ‘ଶିକାର’ ଟିଜର ରହିଛି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ । ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ପ୍ରଯୋଜନା କରୁଛନ୍ତି । ମୁନ୍ ଟିଭି ପ୍ରେଜେଣ୍ଟ ଓ ସିଦ୍ଧାର୍ଥ ମ୍ୟୁଜିକର ଆନୁକୂଲ୍ୟରେ ଫିଲ୍ମଟି ପ୍ରସ୍ତୁତ ହୋଇଛି । କାହାଣୀ, ସ୍କ୍ରିନପ୍ଲେ କରିଛନ୍ତି ପ୍ରିୟବ୍ରତ ପଣ୍ଡା , ବୈଦ୍ୟନାଥ ଦାଶ ମ୍ୟୁଜିକ ଦେଉଥିବା ବେଳେ ଅମିତ ନାୟକ କୋରିଓଗ୍ରାଫ କରୁଛନ୍ତି ।
ଫିଲ୍ମରେ ଅମ୍ଲାନ ଦାସ, ଏଲିନା, ସୁପ୍ରିୟା ନାୟକ, ଅଙ୍କିତ, ତାପସ ସରହରିଆ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରସାନ୍ତ, ପ୍ରଭାତୀ, ସ୍ମିତା ମହାନ୍ତି, ଅବିନାବ ସିଂ, ଜିଆନ ହୋଟା, ପୁଷ୍ପ ପଣ୍ଡା, ସୋହାନ ସିଂ, ନଜର ଆସିବେ ।