Latest Odisha News

BREAKING NEWS

ଦେଖନ୍ତୁ, ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଦୁଃଖରେ କ’ଣ କହିଲେ ଧାୱନ !

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ଭାରତୀୟ ଦଳର ଦୁର୍ଦ୍ଧଶ ଓପନର୍ ଶିଖର ଧାୱନ ଦଳରୁ ସମ୍ପୂର୍ଣ୍ଣ ରୂପେ ବାଦ ପଡ଼ିଥିବା ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା ହୋଇଛି ।

ତେବେ କିଛି ମ୍ୟାଚରୁ ବାଦ ପଡ଼ିବା ପରେ ଲାଗୁଥିଲା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଧାୱନ ପୁଣି ଥରେ ସପ୍ତାହକ ପରେ ଟିମରେ ସାମିଲ୍ ହେବେ । ମାତ୍ର ତାଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବାକୁ ଅଧିକ ଦିନ ସମୟ ଲାଗିବ ବୋଲି ଆଜି ଜଣାପଡ଼ିବା ପରେ ସେ ବିଶ୍ୱକପରୁ ବାଦ ପଡ଼ିଛନ୍ତି । ଅର୍ଥାତ୍ ଅବଶିଷ୍ଟ ମ୍ୟାଚ ଗୁଡ଼ିକ ଆଉ ଖେଳିପାରିବେନି ଦୁର୍ଦ୍ଧଶ ଓପନର୍ ଶିଖର୍ ଧାୱନ ।

ତାଙ୍କର ଅଗଣିତ ଫ୍ୟାନମାନଙ୍କୁ ଏସମ୍ପର୍କରେ ଟ୍ୱିଟ୍ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି । “ମୁଁ ବିଶ୍ୱକପର ଅବଶିଷ୍ଟ ମ୍ୟାଚ ଗୁଡ଼ିକ ଆଉ ଖେଳିପାରିବିନି ବୋଲି ଜାଣିବା ପରେ ମୋତେ ବହୁତ ଦୁଃଖ ଲାଗିଥିଲା । ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ମୋ ଆଙ୍ଗୁଠିଟି ସମ୍ପୂର୍ଣ୍ଣ ରୂପେ ଭଲ ହେବାକୁ ଆହୁରି ଅଧିକ ସମୟ ଲାଗିବ । ମୋତେ ଅଯାଚିତ ଭାବେ ଉତ୍ସାହିତ କରିଥିବାରୁ ମୁଁ ମୋର ସମସ୍ତ ଫ୍ୟାନ ଓ ଦଳର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଉଛି । ସମଗ୍ର ଦେଶ ନିକଟରେ ଚିର ଋଣୀ, ଜୟ ହିନ୍ଦ୍ ।”

ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ଶିଖରଙ୍କ ବୁଢା ଆଙ୍ଗୁଠି ଆଘାତପ୍ରାପ୍ତ ହୋଇଥିଲା । ସେ କଙ୍ଗାରୁ ବୋଲର୍ ପ୍ୟାଟ କୁମିନ୍ସଙ୍କ ଏକ ବଲକୁ ଖେଳୁଥିବା ସମୟରେ ବଲଟି ତାଙ୍କ ଚକଟୀ ଓ ଆଙ୍ଗୁଠିରେ ବାଜିଥିଲା । ସବୁଠାରୁ ବଡ଼଼କଥା ହେଲା ଶିଖର ସେହି ମ୍ୟାଚରେ ଆଘାତ ପ୍ରାପ୍ତ ହୋଇ ମଧ୍ୟ ୧୦୯ଟି ବଲରେ ପ୍ରଶଂସନୀୟ ୧୧୭ ରନ କରି ଦଳର ବିଜୟରେ ଅନ୍ୟତମ କର୍ଣ୍ଣଧାର ସାଜିଥିଲେ ।


>

ଏହି ଆହତ ଜନିତ କାରଣରୁ ଓପନର୍ ଶିଖର ଧାୱନ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରିନଥିଲେ ।

ତାଙ୍କ ବଦଳରେ ୱିକେଟ ରକ୍ଷକ ତଥା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ରିଷଭ ପନ୍ଥ ଦଳରେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.